ବାହା ନହେଲେ ଆତ୍ମହତ୍ୟା କରିବି

ଭୁବନେଶ୍ୱର() ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ ଘଟଣାରେ ଏବେ ସାଇକୋ ଲେଡି ଟ୍ୱିଷ୍ଟ ଆସିଛି । ତେବେ ଏହି ସାଇକୋ ଲେଡି ସମ୍ପର୍କରେ ଆଦିତ୍ୟଙ୍କ ମା’ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆଦିତ୍ୟଙ୍କ ମୃତୁ୍ୟରେ ସମ୍ପୃକ୍ତ ସାଇକୋ ଯୁବତୀଙ୍କ ହାତ ଥିବା ସନେ୍ଦହ କରି ଆଦିତ୍ୟଙ୍କ ମା’ କହିଛନ୍ତି ଯେ, ସମ୍ପୃକ୍ତ ଯୁବତୀ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲା । ବାହା ନହେଲେ ହାତ କାଟି ଆତ୍ମହତ୍ୟା କରିବି ବୋଲି ଧମକ ଦେଉଥିଲା । ବିଦ୍ୟାଶ୍ରୀ ସହ ଆଦିତ୍ୟର ନିର୍ବନ୍ଧ ହେବା ଦିନ ସେ ଖୋଲା ଧମକ ଦେଇଥିଲା । ହାତ ଓ ଗୋଡ଼ କାଟି ଆତ୍ମହତ୍ୟା କରିବ ବୋଲି ସେ କହିଥିଲା । ଠିକ ଜାଗାରେ ଠିକ ଲୋକ ପହଞ୍ଚି ତୋତେ ମାରିବେ ବୋଲି କହିଥିଲା ବୋଲି ଆଦିତ୍ୟଙ୍କ ମା’ କହିଛନ୍ତି । ଏଥିସହ ତାଙ୍କ ପୁଅ ମୃତୁ୍ୟରେ ସମ୍ପୃକ୍ତ ଯୁବତୀଙ୍କ ସମ୍ପୃକ୍ତି ରହିଛି । ଏନେଇ ସବୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛୁ, ଦୋଷୀକୁ ଫାଶି ମିଳୁ ବୋଲି ଆଦିତ୍ୟଙ୍କ ମା’ କହିଛନ୍ତି ।

ଆଦିତ୍ୟ ଦାଶ ମୃତୁ୍ୟ ମାମଲାର ଅନେକ ଦିଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁମାନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ସାଇକୋ ଲେଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Share

Leave a Reply

Your email address will not be published. Required fields are marked *

7 + nine =