ଇଶାନ ଅଗ୍ରୱାଲଙ୍କ ଅପହରଣ ଘଟଣାରେ ତାଙ୍କ ସାଙ୍ଗ ର ଷଡଯନ୍ତ୍ର

ଖୋଲିଲା ଭୁବନେଶ୍ୱରରୁ ଇଶାନ ଅଗ୍ରଓ୍ଵାଲଙ୍କ ଅପହରଣ ପଛର ଗୁମର । ଇଶାନ ଅଗ୍ରୱାଲଙ୍କ ଅପହରଣ ଘଟଣାରେ ତାଙ୍କ ସାଙ୍ଗ ସଂପୃକ୍ତି । ସାଙ୍ଗ ରଚିଥିଲା କିଡନାପ୍ ଷଡ଼ଯନ୍ତ୍ର । ଇଶାନଙ୍କ ସାଙ୍ଗ ହିଁ ମାଷ୍ଟରମାଇଣ୍ଡ ଥିଲା । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଧନେଶ୍ୱର ଥିଲା ଇଶାନଙ୍କ ସହପାଠୀ । ଦୁହେଁ ୨୦୧୬ ମସିହାରେ ଏକାଠି ପାଠ ପଢୁଥିଲା । ଇଶାନଙ୍କ ବାବଦରେ ସମସ୍ତ ତଥ୍ୟ ଅପହରଣକାରୀଙ୍କୁ ଦେଇଥିଲା ଧନେଶ୍ୱର । ଆଜି ୪ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ଡେମୋ କରିଛି ପୋଲିସ । ଅଭିଯୁକ୍ତ ଦେଖାଇଛନ୍ତି କେମିତି ଇଶାନଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିଲେ ।
ରାଜଧାନୀର କେଉଁ ସବୁ ସ୍ଥାନରେ ବୁଲାଇଥିଲେ । ୩୧ ତାରିଖରେ ଝାରପଡ଼ାରୁ ଇଶାନ ଅଗ୍ରଓ୍ଵାଲଙ୍କୁ ଅପହରଣ କରାଯାଇଥିଲା । ଆଠ ଶହ କିଲୋମିଟର କାର୍ରେ ବୁଲାଇଥିଲେ ଅପହରଣକାରୀ । ତାଙ୍କ ମୁଣ୍ଡ ଜାମିନ ପାଇଁ ମାଗିଥିଲେ ୩୦ ଲକ୍ଷ ଟଙ୍କା । ପୋଲିସରେ ଅଭିଯୋଗ ପରେ ୩୬ ଘଣ୍ଟା ପରେ ଅପହରଣକାରୀଙ୍କ କବଳରୁ ଉଦ୍ଧାର ହୋଇଥିଲେ ଇଶାନ ଅଗ୍ରଓ୍ଵାଲ୍ ।

Share

Leave a Reply

Your email address will not be published. Required fields are marked *

ten − 8 =