୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର()  ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିପôାତ ଦେଖାଦେଇଛି ।  ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।  ଏହାରି ଭିତରେ ପୁଣି ମୌସୁମୀ  ସକ୍ରିୟ ହୋଇଛି । ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ  ପାଣିପାଗ ବିଭାଗ ପକ୍ଷରୁ ମୋଟ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପ୍ରବଳ ବର୍ଷା ସମ୍ଭାବନା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

11 − 4 =