ଏଣିକି ଥାନାକୁ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସପି ଓ ଡିଏସପି

ଭୁବନେଶ୍ୱର()  କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି ।  କେଉଁଭଳି  ଲୋକଙ୍କ ଅଭିଯୋଗ ବୁଝିବେ ନେଇ ପୁଲିସ ଡିଜି ଗାଇଡଲାଇନ ଜାରି କରିଛନ୍ତି । ସମ୍ପୃକ୍ତ ଗାଇଡଲାଇନଗୁଡ଼ିକ  ହେଲା:

୧- ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ ରହିବ
୨-ଜିଲ୍ଲା ପୁଲିସ କଣ୍ଟ୍ରୋଲ ରୁମ ନମ୍ବର ଟ୍ୱିଟର ଓ ଫେସବୁକରେ ଦିଆଯିବ
୩- ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ
୪- ଥାନାକୁ ଫୋନରେ ଆସୁଥିବା ଅଭିଯୋଗର ତଦାରଖ  ଏସପି ଓ ଡିଏସପି କରିବେ
୫- ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ  ରିସେପସନ କାଉଣ୍ଟର ରହିବ
୬- ରିସେପସନ କାଉଣ୍ଟର ଥାନା ମୁଖ୍ୟ କୋଠା ଠାରୁ ଛାଡ଼ି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ
୭- ରିସେପସନ ଏରିଆ ନିୟମିତ ବିଶୋଧନ କରାଯିବ
୮- ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ
୯- ଡିଆଇଜି/ଏସପି/ଡିଏସପିଙ୍କ ଅଫିସ ମେନ ଗେଟରେ ଫୋନ ନମ୍ବର ଡିସପ୍ଲେ ଲାଗିବ
୧୦- ମେନ ଗେଟରେ ଅଭିଯୋଗ ବାକ୍ସ ରଖାଯିବ, ଲୋକେ ଅଭିଯୋଗ ପକାଇବେ

Share

Leave a Reply

Your email address will not be published. Required fields are marked *

8 + one =