ଯେକୌଣସି ସମୟରେ ହୋଇପାରେ ନିର୍ବାଚନ

ଭୁବନେଶ୍ୱର () ଯେକୌଣସି ସମୟରେ ସାଧାରଣ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କାମିଶନ ତାରିଖ ଘୋଷଣା କରିପାରନ୍ତି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞାପନ ସମ୍ପର୍କିତ ଏକ ପ୍ରେସ ଇସ୍ତାହାରରୁ ଏହାର ସଂକେତ ମିଳୁଛି ।

ସୁପ୍ରିମକୋର୍ଟଙ୍କ ଏକ ନିର୍ଦେଶକୁ ଆଧାର କରି ଏହି ନିର୍ଦେଶନାମା ଜାରି କରିଛନ୍ତି । ତଦନୁଯାୟୀ ବୈଦୁତିକ ଗଣମଧ୍ୟାନରେ ପ୍ରସାରିତ ହେବାକୁଥିବା ସବୁ ରାଜନୈତିକ ବିଜ୍ଞାପନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ଵୀକୃତିପ୍ରାପ୍ତ ହେବା ବାଧ୍ୟତାମୂଳକ । ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା ସ୍ଵୀକୃତିପ୍ରାପ୍ତ ହୋଇନଥିବା କୌଣସି ରାଜନୈତିକ ବିଜ୍ଞାପନ କୌଣସି କେବୁଲ ନେଟୱର୍କ କିମ୍ବା ଟିଭି ଚ୍ୟାନେଲରେ ପ୍ରସାରିତ ହୋଇପାରିବନାହିଁ ।

ସେହିଭଳି ଜିଲ୍ଲା ସ୍ତରରେ ପ୍ରଦର୍ଶିତ କିମ୍ବା ପ୍ରକାଶିତ ହେବାକୁଥିବା ଡିସପ୍ଲେ କିମ୍ବା ବିଜ୍ଞାପନ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନେତୃତ୍ବାଧୀନ ଜିଲ୍ଲା ସ୍ତରୀୟ ମେଡିଆ ସାର୍ଟିଫିକେସନ ଓ ମାନିଟରିଂ କମିଟି ଦ୍ୱାରା ସ୍ଵୀକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ ।

ସାଧାରଣ ନିର୍ବାଚନକୁ ଆହୁରି 6ମାସ ଥିବା ବେଳେ ଆଗୁଆ ରାଜନୈତିକ ବିଜ୍ଞାପନ ପ୍ରସାରଣ ସମ୍ପର୍କିତ ନିୟମାବଳୀ ଜାରି ହେବା ଆଗୁଆ ନିର୍ବାଚନର ସଂକେତ ଦେଉଛି । କିନ୍ତୁ ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀ କି ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ କିଛିବି ସ୍ପଷ୍ଟ କରିନାହାନ୍ତି ।

Share

Leave a Reply

Your email address will not be published. Required fields are marked *

seven + five =