ଆଜି ରାଜ୍ୟରେ ୮ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର:ଭାଙ୍ଗୁଛି କରୋନା ଚେନ୍ । ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁହାର ମଧ୍ୟ ରାଜ୍ୟରେ ଦିନକୁ ଦିନ ତଳମୁହାଁ ହେଉଛି । ରାଜ୍ୟରେ ରବିବାର ଦିନକ ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଗଞ୍ଜାମ ଜିଲାରେ ୨ ଜଣ ଓ ପୁରୀ ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱରରେ ଜଣେ କରୋନା ରୋଗୀଙ୍କର ପ୍ରାଣହାନି ଘଟିଥିବା ଖବର ହସ୍ତଗତ ହୋଇଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୫୫ରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

1 × five =