ରାଜ୍ୟରେ ଏହିସବୁ ଜିଲ୍ଲାରେ ଦୁଇଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର:ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଆରମ୍ଭ ହୋଇଛି ବର୍ଷା । ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପାଣି ପାଗ ବିଭାଗ ଅନୁଯାୟୀ, ସୋମବାର ଅଧିକାଂଶ ସ୍ଥାନରେ ବର୍ଷ ଲାଗି ରହିବ । କୋରାପୁଟ, କନ୍ଧମାଳ, ଗଜପତି, କଳାହାଣ୍ଡି , ପୁରୀ ଜିଲ୍ଲାର ଗୋଟେ କି ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧା , କଟକ, ମୟୂରଭଞ୍ଜ, ଜଗତସିଂହପୁର, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ସେହିପରି ମଙ୍ଗଳବାର ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ । ବୁଧବାର ଦିନ ରାଜ୍ୟରେ ବର୍ଷା କମିବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

1 × one =