ଆଜି ରାଜ୍ୟରେ ୬୫ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୩୦କୁ ବୃଦ୍ଧିପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ଜଣ ରହିଛନ୍ତି। ଏଥିସହିତ କଟକ ଜିଲାରେ ୧୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ନୟାଗଡରେ ୬ ଓ ଅନୁଗୁଳ ଜିଲାରେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲାରେ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର, ମୟୁରଭଞ୍ଜ ଓ ଢେଙ୍କାନାଳ ଜିଲାରେ ୨ ଜଣ ଲେଖାଏଁ କରୋନା ରୋଗୀଙ୍କର ପ୍ରାଣହାନି ଘଟିଛି। ରାଜ୍ୟର ବରଗଡ, ଯାଜପୁର, କଳାହାଣ୍ଡି, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

three × four =