ଆସନ୍ତା କାଲିଠାରୁ ଚାଲିବ ଘରୋଇ ବସ

ଭୁବନେଶ୍ବର() କାଲିଠାରୁ ସାରା ରାଜ୍ୟରେ ଗଡିବ ଘରୋଇ ବସ । ବୁଧବାର ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦଫାରେ ଗୁରୁବାର ଠାରୁ କିଛି ବସ ଚଳାଚଳ କରିବ । ପୂରା ମାତ୍ରାରେ ବସ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ୩ମାସର ରୋଡ୍ ଟାକ୍ସ ଓ ୬ମାସର ବ୍ୟାଙ୍କ ଲୋନ୍ ଛାଡ ପାଇଁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏଥିସହ ବସ୍ କର୍ମଚାରୀଙ୍କ ଇନସୁରାନ୍ସ କରିବାକୁ ମଧ୍ୟ ଦାବି କରାଯାଇଥିଲା । ଏସବୁ ଉପରେ ସରକାର ନିଷ୍ପତି ନେଲେ ଯାଇ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ସଂଘ ସୂଚନା ଦେଇଥିଲା । ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ, ଯେ, ୩ ମାସର ରୋଡ୍ ଟାକ୍ସ ଛାଡ ପାଇଁ ସରକାର ରାଜି ଅଛନ୍ତି । ଖୁବ୍‌ ଶୀଘ୍ର ରାଜ୍ୟରେ ଘରୋଇ ବସ୍‌ ଗଡ଼ିବ ବୋଲି ବୁଧବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ରାଜ୍ୟରେ ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଛି । ରାଜ୍ୟ ସରକାର କୋଭିଡ-୧୯ ଗାଇଡଲାଇନ ଅନୁସାରେ ଯଦିଓ ପରିବହନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି, ତଥାପି ଘରୋଇ ବସ ମାଲିକମାନେ ଏହାକୁ ନେଇ ଉପରୋକ୍ତ ଦାବି ଉଠାଇଥିଲେ ।

Share

Leave a Reply

Your email address will not be published. Required fields are marked *

twenty − 4 =