କମେଡିଆନ୍ ଭାରତୀଙ୍କ ଘରେ ଏନସିବି

ମୁମ୍ବାଇ() ଡ୍ରଗ୍ସ ମାମଲାରେ ଏନସିବିର ତଦନ୍ତ ଜାରି ରହିଛି । ଗୋଟିଏ ପରେ ଗୋଟିଏ ନୂଆ ନାଁ ସାମ୍ନାକୁ ଆସୁଛି, ଯାହାକୁ ନେଇ ତଦନ୍ତ ଜୋରସୋରରେ ଚଳାଇଛନ୍ତି ଏନସିବି । ଏହାରି ମଧ୍ୟରେ ଦେଶର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଅନଧେରି ସ୍ଥିତ ଘରେ ଏନସିବି ଚଢାଉ କରିଛି । ଏହି ମାମଲାରେ ଅଧିକ ସୂଚନା ସାମ୍ନାକୁ ଆସିନାହିଁ ।

ତେବେ ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଅନେକ ତାରକାଙ୍କୁ ଟାର୍ଗେଟ କରାଯାଇଛି । ନିକଟରେ ଅଭିନେତା ଅର୍ଜୁନ ରାମାପାଲଙ୍କୁ ଏନସିବି ପଚରାଉଚରା କରିବା ସହ ତାଙ୍କ ଘରେ ଚଢାଉ କରିଥିଲା ।

Share

Leave a Reply

Your email address will not be published. Required fields are marked *

eighteen + 10 =