ଭିଜିଲାନ୍ସ ପଞ୍ଝାରେ ପିଇଓ

ଢ଼େଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରେଜୋଳି ପଂଚାୟତର ପିଇଓ ସନ୍ତୋଷ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସେ ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଞ୍ଚାୟତର ପିଇଓ ଥିଲା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏକକାଳୀନ ଭାବେ ଢେଙ୍କାନାଳ ଓ କାମାକ୍ଷାନଗରର ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।
ଏହି ଚଢ଼ାଉରେ ଜଣେ ଡିଏସପିଙ୍କ ସମେତ ୭ ଜଣ ଇନିସ୍ପେକ୍ଟର ସାମିଲ ରହିଛନ୍ତି ବୋଲି ଜଣାପଡ଼ିଛି। ଭିଜିଲାନ୍ସ ଟିମ ମୁଖ୍ୟ ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ସମେତ ଡିଏସପି ଅନିରୁଦ୍ଧ ନାୟକ ସାମିଲ ରହିଛନ୍ତି । ତୁମୁସିଙ୍ଗା ଥାନା ଧୋବାବାହାଳି ଗାଁର ପୈତୃକ ଘର, କାମାକ୍ଷାନଗର ଜିରିଡାମାଳି ନିକଟରେ ୩ ମହଲା କୋଠା ସହ ଅନ୍ୟ ଦୁଇଟି ସ୍ଥାନରେ ଏକ ମହଲା ଘର ରହିଥିବା ସୂଚନା ।

Share

Leave a Reply

Your email address will not be published. Required fields are marked *

3 × one =