5-ଟିର ପ୍ରଭାବ : ଗ୍ରାଉଣ୍ଡ ଜିରୋରେ ପ୍ରଶାସନକୁ ପହଂଚାଇଲେ ଯୁବ ଆଇଏଏସ

ବ୍ରହ୍ମପୁର () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରରେ ପ୍ରଭାବିତ ହୋଇ ବ୍ରହ୍ମପୁର ଉପଜିଲ୍ଲାପାଳ ଶିଣ୍ଡେ ଦତ୍ତାତ୍ରେୟ ଭାଉସାହେବ, ଜଣେ ଯୁବ ଆଇଏଏସ ଅଫିସର ଗଂଜାମ ଜିଲ୍ଲାର ଏକ ଉପାନ୍ତ ଅଂଚକରେ ପହଞ୍ଚିଛନ୍ତି । ଲକ୍ଷ୍ୟ ଥିଲା ଲୋକେ ବିଭିନ୍ନ ସରକାରୀ ଯୋଜନାରେ ସୁଫଳ ପାଉଛନ୍ତି କି ନାହିଁ ପଚାରି ବୁଝିବା ଏବଂ ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚିବା ।

ପାତ୍ରପୁର ବ୍ଲକର ଏକ ଆଦିବାସୀ ଅଧ୍ୟୁଷିତ ଗାଁ ଟୁମ୍ବା । ପ୍ରାୟ ଏକ କିଲୋମିଟର ବାଟ ଗାଁ ଲୋକଙ୍କ ସହ ଚାଲିଚାଲି ସେ ସେହି ଗାଁରେ ପହଞ୍ଚିଥିଲେ । ସେଠାରେ ସେ ଲୋକଙ୍କ ସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ ।

ଗାଁ ପିଣ୍ଡିରେ ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ । ସେମାନଙ୍କ ସମସ୍ୟା ପଚାରି ବୁଝିବା ସହ ତୁରନ୍ତ ସମାଧାନର ଆଶ୍ୱାସନା ଦେଇଛନ୍ତି । ତିତିଲିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ସ୍ଵଳ୍ପଭାଷୀ ଅଫିସର ସେଠାରେ ପର୍ଯ୍ୟଟନ ଭିତ୍ତିଭୂମୀ ବିକାଶ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ ।

ରାଜ୍ୟ ସରକାର 5-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିଥିବା ବେଳେ ଭି.କେ. ପାଣ୍ଡିଆନଙ୍କ ଭଳି ଜଣେ ଦକ୍ଷ ଅଫିସର ଏହାର ଦାୟିତ୍ୱରେ ରହିବା ପରେ ଅଫୁସରଙ୍କ କାର୍ଯ୍ୟଶୈଳୀ ଓ ଲୋକଙ୍କ ନିକଟତର ହେବାରେ ଦୃଶ୍ୟମାନ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ପ୍ରଶାସନକୁ ଲୋକଙ୍କ ପାଖରେ ପହଂଚାଇବାରେ ଅଫିସରଙ୍କ ମାନସିକତାରେ ଉନ୍ନତି ଆସିଛି ।

ଗଂଜାମ ଜିଲ୍ଲାପାଳ 5-ଟି ମନ୍ତ୍ରକୁ ଆଧାର କରି ପ୍ରଶାସନର ନୂଆନୂଆ ବ୍ୟବସ୍ଥା ଲାଗୁ କରୁଥିବା ବେଳେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସିଦ୍ଧାର୍ଥ ଶେଖର ସ୍ବାଇଁ ଲୋକଙ୍କ ସମସ୍ୟା ସମାଧାନ ପାଇଁ ବଣ ପାହାଡ଼ ଘେରା ଅଂଚଳରେ ପ୍ରାୟ ଚାରି କିଲୋମିଟର ଚାଲିଚାଲି ଯାଇ ପହଞ୍ଚିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − 5 =