ରାଜ୍ୟରେ କରୋନାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ। ଓଡ଼ିଶାରେ କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ମୃତକ ହେଉଛନ୍ତି ୭୭ବର୍ଷ ବୟସ୍କ, ଯିଏକି ଭୁବନେଶ୍ୱର ମଧୁସୂଦନ ନଗରର ବାସିନ୍ଦା । ସେ କରୋନା ସଂକ୍ରମିତ ହେବା ସହିତ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗରରେ ପୀଡିତ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଛି।ତେବେ ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

 ସେପଟେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି ।

Share

Leave a Reply

Your email address will not be published. Required fields are marked *

16 + twelve =