ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା । ଜୀବନବ୍ୟାପୀ ସାଧନା ପାଇଁ ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ସମ୍ମାନୀତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କର୍ମୀ, ସମର୍ଥକଙ୍କୁ ଆଣି ସ୍ବାଗତ ସମାବେଶ ପ୍ରସ୍ତୁତ କରାଯାଇଛି ।
ବିମାନବନ୍ଦର ପରିସର ପାରଂପରିକ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇ ଉଠିଛି । ସାରା ରାଜଧାନୀରେ ନବୀନଙ୍କ ପୋଷ୍ଟର ଛାଇ ହୋଇଯାଇଛି । ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସଜ୍ଜିତ ବସରେ ହଜାର ହଜାର କର୍ମୀମାନେ ପାଛୋଟି ଆଣିଛନ୍ତି । ବିଶାଳ ଶୋଭାଯାତ୍ରା ସାଙ୍ଗକୁ କର୍ମୀ ଓ ସମର୍ଥକଙ୍କ ନବୀନ ପଟ୍ଟନାୟକ, ଜିନ୍ଦାବାଦ ଧ୍ବନୀରେ ସାରା ସହର ପ୍ରକମ୍ପିତ ହୋଇ ଉଠିଛି ।

Share

Leave a Reply

Your email address will not be published. Required fields are marked *

two − two =