ରାଜ୍ୟରେ ଆଉ ୪୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୩୪୦୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୪୬୩ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୮୩ଜଣ, ବାଲେଶ୍ୱରରୁ ୨୯୬ଜଣ, ବରଗଡ଼ରୁ ୬୬ ଜଣ, ଭଦ୍ରକରୁ ୧୭୯ଜଣ, ବଲାଙ୍ଗୀରରୁ ୧୮ ଜଣ, ବୌଦ୍ଧରୁ ୫୯ଜଣ, କଟକରୁ ୨୩୦ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୫୪ଜଣ, ଗଜପତିରୁ ୫୮ ଜଣ, ଗଞ୍ଜାମରୁ ୩୬ ଜଣ, ଜଗତସିଂହପୁରରୁ ୧୨୯ ଜଣ, ଯାଜପୁରରୁ ୩୯୧ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୫୪ ଜଣ, କନ୍ଧମାଳରୁ ୫୫ ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେଉଁଝରରୁ ୮୯ଜଣ, ଖୋର୍ଦ୍ଧାରୁ ୫୦୦ ଜଣ, କୋରାପୁଟରୁ ୬୩ ଜଣ, ମାଲକାନଗିରିରୁ ୭୨ଜଣ, ମୟୁରଭଞ୍ଜରୁ ୧୮୭ଜଣ, ନବରଙ୍ଗପୁରରୁ ୮୩ ଜଣ, ନୟାଗଡ଼ରୁ ୯୭ଜଣ, ନୂଆପଡ଼ାରୁ ୨୮ ଜଣ, ପୁରୀରୁ ୧୪୧ଜଣ, ରାୟଗଡ଼ାରୁ ୪୫ଜଣ, ସମ୍ୱଲପୁରରୁ ୩୮ଜଣ, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ ପୁଲରୁ ୭୬ଜଣକରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

20 − 4 =