ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପରବର୍ତ୍ତୀ ସମୟରେ ଆୟୋଜନ କରାଯିବ । ପରୀକ୍ଷା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ । ପରିସ୍ଥିତି ଦେଖି ଆସନ୍ତା ଜୁଲାଇ ମାସ ପ୍ରଥମ ସପ୍ତାହରେ ପରୀକ୍ଷା କେବେ କରାଯିବ ତାହା ଉପଯୁକ୍ତ ସମୟରେ ଜଣାଇ ଦିଆଯିବ ।

ଅନ୍ୟପଟରେ ଓଜେଇଇ ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନର ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରି ନଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି । ଛାତ୍ରଛାତ୍ରୀମାନେ ୨୦୨୧ ଜୁଲାଇ ୧୨ ସୁଦ୍ଧା ଆବେଦନ କରିପାରିବେ । ଏଥି ପାଇଁ ସେମାନେ ୨୦୨୧ ଜୁଲାଇ ୧୪ ମଧ୍ୟରେ ଫି’ ଦାଖଲ କରିପାରିବେ ।

Share

Leave a Reply

Your email address will not be published. Required fields are marked *

5 × two =