ରାଜ୍ୟରେ ଆଜି ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାେରେଣ୍ଟିନ ସେଣ୍ଟରରୁ ୧୫୦ ଓ ସ୍ଥାନୀୟ ଅଞ୍ଚଳରୁ ୨୯ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୭, ଖୋର୍ଦ୍ଧାରୁ ୨୭, କେନ୍ଦୁଝରରୁ ୧୮, କଟକରୁ ୧୫, ମୟୁରଭଞ୍ଜରୁ ୧୦, ଅନୁଗୁଳରୁ ୬, ଭଦ୍ରକରୁ ୫, କେନ୍ଦ୍ରାପଡ଼ାରୁ ୫, ରାୟଗଡ଼ାରୁ ୫, ଜଗତସିଂହପୁରୁରୁ ୪, ଯାଜପୁରରୁ ୩, ବରଗଡ଼ରୁ ୨, ମାଲକାନଗିରିରୁ ୨, ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

sixteen − seven =