ପୁଣି ପେଟ୍ରୋଲ- ଡ଼ିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ()  ପୁଣି ବଢ଼ିଲା ଅଶୌଧିତ ତୈଳ ଦର । ଲଗାତାର ୧୪ ଦିନ ପାଇଁ ଭାରତୀୟ ବଜାରରେ ଦେଶର ବରିଷ୍ଠ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ- ଡ଼ିଜେଲ ଦରରେ ବୃଦ୍ଧି ଘଟାଇଛନ୍ତି । ଶନିବାର ଅର୍ଥାତ ଆଜି ସକାଳ ସୁଧା ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୫୧ ପଇସା ବଢି ଲିଟର ପ୍ରତି ୭୮.୮୮ ଟଙ୍କାରେ ପହଞ୍ଚିଛି । ଯେବେକି ଡିଜେଲ ମୂଲ୍ୟ ବି ୬୧ ପଇସା ବୃଦ୍ଧି ପାଇ ୭୭.୬୭ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।

ପ୍ରତିଦିନ ସକାଳ ୬ଟା ସମୟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଘଟିଥାଏ । ଏହା ପରଠୁ ହିଁ ନୂଆ ଦର ଲାଗୁ ହୋଇଥାଏ । ଏହି ଅଶୌଧିତ ତୈଳ ଗୁଡିକର ଦାମରେ ଏକ୍ସାଇଜ ଡ୍ୟୁଟି, ଡିଟେଲ କମିଶନ ଓ ଅନ୍ୟାନ ଟ୍ୟାକ୍ସ ଆଦି ଲାଗିବା ପରେ ଏହାର ଦାମ ପାଖାପାଖି ଦୁଇଗୁଣା ବଢି ଯାଇଥାଏ ।

ବିଦେଶୀ ମୁଦ୍ରା ଦର ସମେତ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ଼ ଅଏଲ କିମ୍ବା ଅଶୌଧିତ ତୈଳ ଦରର ମୂଲ୍ୟ ଯାହା ରହିଥାଏ, ଏହି ଆଧାରରେ ହିଁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଆସିଥାଏ । ଏହି ମାନକ ଗୁଡିକର ଆଧାରରେ ହିଁ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ରେଟ ସ୍ଥିର କରିଥାନ୍ତି ।

Share

Leave a Reply

Your email address will not be published. Required fields are marked *

20 − 17 =