ଚଳିତ ବର୍ଷରୁ ୨ ଟି ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର()  ପ୍ରଥମଥର ପାଇଁ ଓଡ଼ିଶା ଇତିହାସରେ ଉପସ୍ଥାପନ ହେଲା ଇ-ବଜେଟ୍ । ୨୦୨୦-୨୧ ବଜେଟର ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ୧ ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର ।

ସବୁଠାରୁ ବଡ଼କଥା ହେଲା, ଚଳିତ ବର୍ଷରୁ ୨ ଟି ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପିତ ହୋଇଛି । ଜେଣ୍ଡର ବଜେଟ୍ ଓ ଚାଇଲ୍ଡ ବଜେଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡିଶାର ଅଭିବୃଦ୍ଧି ହାର ୬.୧୬ % ହେବ । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୫% ରହିବା ସମ୍ଭାବନା ରହିଛି । ତେବେ ବଜେଟ୍ ରେ କୃଷି ବଜେଟ ୧୯ ହଜାର ୪ ଶହ ୮ କୋଟି ବ୍ୟୟ ବରାଦ କରାଯାଇଛି । ମୁଖ୍ୟତଃ କାଳିଆ ଯୋଜନା ପାଇଁ ୩ ହଜାର ୧ ଶହ ୯୫ କୋଟି ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 3 =