ରାସ୍ତାରେ ପିପିଇ କିଟ୍ ଦେଖି ଲୋକେ ଆତଙ୍କିତ

ବଲାଙ୍ଗୀର : ଗତବର୍ଷ କରୋନା କାଳରେ ବହୁ ସ୍ଥାନରେ ପିପିଇ ପଡ଼ିଥିବାରୁ ଦେଖିବାକୁ ମିଳିଥିଲା । କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ପିପିଇ କିଟ୍ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଛି । ତେବେ ଏହାର ସଦୁପଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ପିପିଇ କିଟ୍କୁ ରାସ୍ତା ଫୋପାଡ଼ି ଦିଆଯାଏ ତେବେ ଏହା କେତେବଡ ଅବହେଳା ତାହା ଅନୁମାନ କରିପାରୁଥିବେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ସହରରେ ।

 ବଲାଙ୍ଗିରରେ ମଧ୍ୟ ପ୍ରତିଦିନ ଶହ ଶହ ଲୋକ ସଂକ୍ରମିତ ହେଉଛନ୍ତି ଯାହା ଚିନ୍ତାର ବିଷୟ ପାଲଟିଛି । ହରର ଲାଲଟିକ୍ରା ଗ୍ରୀଡ୍ ନିକଟରେ ରାସ୍ତା ଉପରେ ପଡ଼ିଛି ପିପିଇ କିଟ୍ । ପିପିଇ କିଟ୍ ପଡ଼ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଏହି ମୁଖ୍ୟରାସ୍ତା ଦେଇ ପାଟଣାଗଡ଼, କଣ୍ଟାବାଞ୍ଜି ସମେତ ଅନ୍ୟ ସ୍ଥାନକୁ ଲୋକେ ଯିବା ଆସିବା କରନ୍ତି । ତେବେ କରୋନା ରୋଗୀକୁ ନେବା ଆଣିବା କରୁଥିବା କୌଣସି ଏକ ଆମ୍ବୁଲାନ୍ସ କର୍ମଚାରୀ ବା ଅନ୍ୟ କେହି ଫିଙ୍ଗି ଦେଇଥିବା ଅନୂମାନ କରାଯାଉଛି । କିଟ୍ ପଡ଼ିଥିବା ରାସ୍ତାରେ ହଜାର ହଜାର ଲୋକ ଯିବା ଆସିବା କରୁଥିବାରୁ ସଂକ୍ରମଣ ଆଶଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

6 − five =