ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହରୁ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୭୪ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଂଚଳରୁ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୬୫ ଜଣ ଶିଶୁ ଓ କିଶୋର ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୨, ମୟୂରଭଞ୍ଜରୁ ୨୨, କଟକରୁ ୧୭, ବାଲେଶ୍ୱରରୁ ୧୪, ଯାଜପୁରରୁ ୧୩, ଜଗତସିଂହପୁରରୁ ୧୧, ସମ୍ବଲପୁରରୁ ୧୦, ସୁନ୍ଦରଗଡରୁ ୯, ନୂଆପଡାରୁ ୮, ପୁରୀରୁ ୭, ଅନୁଗୁଳରୁ ୬, ଭଦ୍ରକରୁ ୬, ଗଞ୍ଜାମରୁ ୫, ବରଗଡରୁ ୪, ଦେବଗଡରୁ ୪, କେନ୍ଦ୍ରାପଡାରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୨, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, ନୟାଗଡରୁ ୧, ସୋନପୁରରୁ ୧, କେନ୍ଦୁଝରରୁ ୧, ବଲାଙ୍ଗିରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ଟି ଜିଲ୍ଲାରୁ ଗତ ୨୪ ଘଂଟାରେ କୌଣସି ମାମଲା ଆସିନାହିଁ ।

Share

Leave a Reply

Your email address will not be published. Required fields are marked *

11 − six =