ଜେଲରୁ ମୁକୁଳିଲେ ଆର୍ୟନ

ମୁମ୍ବାଇ: ଶେଷରେ ଜେଲରୁ ମୁକୁଳିଛନ୍ତି ଆର୍ୟନ ଖାନ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଥିଲେ । କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ୨୭ ଦିନ ପରେ ମୁକୁଳିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ଜେଲ ଆଗରେ ଲୋକଙ୍କ ଗହଳି ରହିଛି, ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆର୍ଥର ରୋଡ୍ ଜେଲ ପାଖରେ ଥିବା ଏକ ପଂଚ ତାରକା ହୋଟେଲରେ ଶାହାରୁଖ ଖାନ୍ ପୁଅକୁ ଅପେକ୍ଷା କରିଥିବା ସୂଚନା ରହିଛି । ଆରୟନଙ୍କୁ ଆଣିବା ପାଇଁ ଶାହରୁଖଙ୍କ ବଡି ଗାର୍ଡ ରବି ଆର୍ଥର ରୋଡ ଜେଲରେ ପହଂଚିଛନ୍ତି । ଆଜି ସକାଳ ୫ଟା ୩୦ରେ ଆର୍ଥର ରୋଡ୍ ଜେଲରେ ବେଲ ବକ୍ସ ଖୋଲା ହୋଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜେଲ ବାହାରେ ବାରିକେଡ ବ୍ୟବସ୍ଥା କରାଯାଇଛି । ଶାହାରୁଖ ଖାନଙ୍କ ବାସଭବନ ମନ୍ନତ ଆଗରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଗୁରୁବାର ହାଇକୋର୍ଟ ଆରୟନଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ଗତକାଲି କୋର୍ଟରୁ ଜାମିନ ଅର୍ଡର ଜାରି ପରେ ଜେଲରେ ଅନ୍ୟାନ୍ୟ କାମରେ ବିଳମ୍ବ ହେବାରୁ ଆରୟନ ଖାନ୍ ଜେଲରୁ ବାହାରି ପାରିନଥିଲେ । ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଯଉଁଥିରେ ଆରୟନଙ୍କୁ ଛାଡିବା ପାଇଁ ୧୪ଟି ସର୍ତ ରଖାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରୟନ ୧ ଲକ୍ଷ ଟଙ୍କାର ବଣ୍ଡ ଓ ପାସପୋର୍ଟ ଜମା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + two =