ବିଜେଡିରେ ବିଶ୍ୱ

ଭୁବନେଶ୍ୱର: କିଛିଦିନ ତଳେ ବିଜେପିକୁ ବାଏ ବାଏ କହିଥିବା ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ବିଜେପିର ତୁଙ୍ଗ ନେତୃ ମଣ୍ଡଳୀ ଏବେ ବିଜେଡି ମୁହାଁ ହୋଇଛନ୍ତି । ବିଶ୍ୱଙ୍କ ସହ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ, ଅନେକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଶତାଧିକ କାର୍ୟ୍ୟକର୍ତ୍ତା ବିଜେଡିରେ ମିଶୁଛନ୍ତି। ୨୦୧୯ରେ ବିଜେପିର ବରୀ ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ମଲ୍ଲିକ।

ସେପଟେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝି ଆସନ୍ତା ୬ ତାରିଖରେ ବିଜେଡିରେ ଯୋଗ ଦେଇପାରନ୍ତି । ଅପରପକ୍ଷେ ଗତ ଅକ୍ଟୋବର ୨୦ ତାରିଖରେ ବିଜେପି ଛାଡ଼ିଥିଲେ ବରିଷ୍ଠ ନେତା ବିଶ୍ୱରଞ୍ଜନ ମଲ୍ଲିକ। ସେ ବିଜେପି ରାଜ୍ୟ କାର୍ୟ୍ୟକାରିଣୀର ସଦସ୍ୟ ଭାବେ ମଧ୍ୟ କାର୍ୟ୍ୟ କରୁଥିଲେ। ବିଶ୍ୱରଞ୍ଜନଙ୍କ ସହ ଆଉ ୩ ନେତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

one × 2 =