କ୍ୟାଟ୍ରିନାଙ୍କୁ ତାଙ୍କ ଫ୍ୟାନ କଣ ଅନୁରୋଧ କଲେ ଜାଣନ୍ତୁ …

କ୍ୟାଟ୍ରିନା କେଫ୍ ବଲିଉଡର ସଫଳ ହିରୋଇନ ମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପ୍ରେମ ସଫଳ ହେବା ମାମଲାରେ ତାଙ୍କର ଭାଗ୍ୟ ବହୁତ ଦୁର୍ବଳ ରହି ଆସିଛି। ତାଙ୍କର ଅଫେୟାରର ଖବର ସଲମାନ ଏବଂ ରଣବୀରଙ୍କ ସହିତ ବହୁତ ରହି ଆସିଛି, ହେଲେ ତାଙ୍କ ପ୍ରେମ ସଫଳତାର ଶୀର୍ଷ ପର୍ୟ୍ୟନ୍ତ ପହଁଚି ପାରି ନରହିଁ। ବର୍ତ୍ତମାନ ସେ ସଲମାନ ଏବଂ ରଣବୀର ଦୁହିଁଙ୍କ ସହିତ ବ୍ରେକଅପ୍ କରିସାରିଛନ୍ତି।

ଏହି ସବୁ ମଧ୍ୟରେ କ୍ୟାଟ୍ରିନାଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ସ୍ବତନ୍ତ୍ର ରିକ୍ବେଷ୍ଟ କରିଛନ୍ତି। ଆଜ୍ଞା ହଁ ସୂଚନା ଅନୁଯାୟୀ କ୍ୟାଟ୍ରିନା କୈଫଙ୍କ ଫ୍ୟାନ ତାଙ୍କୁ ଅନୁରୋଧ କରିଛନ୍ତି ଯେ ସେ ସଲମାନ ଖାନଙ୍କୁ ବିବାହ କରିଦିଅନ୍ତୁ। ଏହି କଥା ସେହି ଫ୍ୟାନ୍ ଜଣକ ସୋସିଆଲ ମିଡିଆରେ କହିଛନ୍ତି। ଏହି କଥାର ଖୁଲାସା ନିକଟରେ ଏକ ଶୋ’ ଜରିଆରେ ହୋଇଛି। ଖବର ଅନୁଯାୟୀ କ୍ୟାଟ୍ରିନା କୈଫ ଏହି ଫ୍ୟାନଙ୍କ ଏହି କଥାର ଜବାବ ‘ହଁଟ୍ଟ..’ ରେ ଶେଷ କରିଦେଲେ।
ଜଣାଇବାକୁ ଚାହିଁବୁ ଯେ ଏହି ଚାଟ୍ ଶୋ’ରେ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଅଭିନେତ୍ରୀ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କିଛି ପ୍ରଶ୍ନ ପଚାରିଥିଲେ। ତାଙ୍କୁ ପ୍ରଶ୍ନ କରାଗଲା ଯେ ସେ ଏବେ କାହାକୁ କାହିଁକି ଡେଟ କରୁନାହାନ୍ତି ?ତେବେ ଉତ୍ତରରେ ସେ କହିଥିଲେ ‘ମୋତେ ନିଜକୁ ବି ଜଣା ନାହିଁ ମୁଁ ପୁଣି କାହାକୁ ଡେଟ କରିପାରିବି କି ନାହିଁ।’

କ୍ୟାଟ୍ରିନା କୈଫ ସଲମାନ ଖାନଙ୍କ ସହିତ ୪ ବର୍ଷ ପର୍ୟ୍ୟନ୍ତ ଡେଟ କରିଛନ୍ତି, କିନ୍ତୁ ୨୦୦୯ରେ ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା। ଏହାପରେ ସେ ରଣବୀର କପୁରଙ୍କୁ ୩ ବର୍ଷ ଡେଟ କରିଛନ୍ତି। ଏହାପରେ ୨୦୧୬ରେ ତାଙ୍କର ବ୍ରେକଅପ୍ ହୋଇଗଲା।

Share

Leave a Reply

Your email address will not be published. Required fields are marked *

four × three =