ଆଜି ରାଜ୍ୟରେ୨୪୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୪୨୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୫୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଅନୁଗୁଳରୁ ୭୯, ବାଲେଶ୍ବରରୁ ୧୫୭, ବରଗଡରୁ ୨୨, ଭଦ୍ରକରୁ ୧୧୩, ବଲାଙ୍ଗୀରରୁ ୧୬, କଟକରୁ ୪୨୨, ଦେବଗଡରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୨୦୨, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୮୭, କେଉଁଝରରୁ ୬୮, ଖୋର୍ଦ୍ଧାରୁ ୪୦୭, କୋରାପୁଟରୁ ୫୨, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୧୦୩, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୮୦, ନୂଆପଡାରୁ ୫, ପୁରୀରୁ ୧୫୪, ରାୟଗଡାରୁ ୨୬, ସମ୍ବଲପୁରରୁ ୨୬, ସୋନପୁରରୁ ୧୪, ସୁନ୍ଦରଗଡରୁ ୨୮ ଓ ଷ୍ଟେଟପୁଲରୁ ୭୬ ଜଣ ପଜିଟିଭ ରହିଛନ୍ତି ।
ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୭୧୮୬କୁ ବୃଦ୍ଧି ପାଇଛି । ସେମାନଙ୍କୁ ମଧ୍ୟରୁ ୮୯୪୧୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୮୭୩୦ଜଣ ଚିକିତ୍ସାଧୀନ ଅଛନ୍ତି । ଏବେ ସୁଦ୍ଧା ୧୪୧୮୮୬୯୫ଟି କରୋନା ନମୁନା ସଂଗ୍ରହ ହୋଇଛି ।

Share

Leave a Reply

Your email address will not be published. Required fields are marked *

twelve − eleven =