ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ ବାବୁ

ବାଲିଗୁଡ଼ା ଥାନା ବଡ଼ଗାଁର ଶୁକଦେବ ମଲିକଙ୍କ ନିକଟରୁ ଟ୍ରାସ ପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନିରୀକ୍ଷକ ତାରିଣୀ ପରିଛା । ବଡଗାଁର ଶୁକଦେବ ବାରମ୍ବାର ବାଲିଗୁଡ଼ା ରାଜସ୍ବ ନିରୀକ୍ଷକ ତାରିଣୀ ପରିଛାଙ୍କୁ ନେହୁରା ହୋଇଥିଲେ। କିନ୍ତୁ ସବୁ ଜାଣି ମଧ୍ୟ ଆରଆଇ ତାରିଣୀ ପରିଛାଙ୍କୁ ସେ ହଇରାଣ କରୁଥିଲେ।
ବାରମ୍ବାର ଟଙ୍କା ମାଗିବା ସହ ବିନା ଟଙ୍କାରେ କୌଣସି କାମ ହୋଇପାରିବ ନାହିଁ ବୋଲି ସିଧାସଳଖ ମନା କରିଥିଲେ ସେ। ଏ ନେଇ ଶୁକଦେବ ଭିଜିଲାନ୍ସକୁ ଜଣାଇବା ପରେ ଆଜି ବାଲିଗୁଡ଼ା ଆରଆଇ କାର୍ୟ୍ୟଳୟକୁ ଜାଗାର ଟ୍ରାସ ମ୍ୟାପ ପାଇଁ ଆସିଥିଲେ । ପୂର୍ବ ଭଳି ଆଜି ଆରଆଇ ଏକ ହଜାର ଟଙ୍କା ମାଗିଥିଲେ। ଠିକ୍ ସେହି ସମୟରେ ଭିଜିଲାନ୍ସ ହାତରେ ସେ ଘଟଣାସ୍ଥାଳରେ ଧରାପଡ଼ିଥିଲେ। ଫୁଲବାଣୀ ଭିଜିଲାନ୍ସର ଡିଏସପି ରବିକାନ୍ତ ସୁନା, ଇନପ୍ସେକ୍ଟର ପି.ଛତ୍ରିଆଙ୍କ ମିଳିତଟିମ୍ ଏହି ଚଢ଼ାଉରେ ସାମିଲ କରିଥିଲେ।

Share

Leave a Reply

Your email address will not be published. Required fields are marked *

1 × four =