୩ ଯାଏ ଲାଗି ରହିବ ଶୀତର ଲହରୀ

ଓଡିଶାରେ ୩ ଯାଏ ଲାଗି ରହିବ ଶୀତର ଲହରୀ । ବିଶେଷ କରି ଉକୂଳ ସମେତ ଅଭ୍ୟନ୍ତରୀଣ ଓଡିଶାରେ ଶୀତ ପୁଣି ବଢ଼ିଛି । ଏନେଇ ଲୋକଙ୍କୁ ସଚେତନ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ରାତିର ତାପମାତ୍ରା ହ୍ରାସ ପାଉଥିବାରୁ ପ୍ରବଳ ଜାଡ ସାଙ୍ଗକୁ ଥଣ୍ଡା ପବନ ବହୁଛିା ଆସନ୍ତା ୩ ତାରିଖ ପର୍ୟ୍ୟନ୍ତ ଶୀତ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟରେ ଚୁରୁ, ରାଜସ୍ଥାନ ଆଦି ଅଞ୍ଚଳର ତାପମାତ୍ରା ୧.୧ ଡିଗ୍ରୀ ପର୍ୟ୍ୟନ୍ତ ଖସି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛିା
ସେହିପରି ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀରରେ ଭୀଷଣ ବରଫ ପାତ ଜାରି ରହିଛି । ଏଠାରେ ଏବେ ତାପମାତ୍ରା ମାଇନସ୍ ୧୨ରୁ ୧୫ ଡିଗ୍ରୀ ରହୁଛି । ଆଗାମୀ ଦୁଇ ଦିନ ଯାଏ ବର୍ଷା ଓ ବରଫ ପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Share

Leave a Reply

Your email address will not be published. Required fields are marked *

two × 2 =