ବିଜୁଙ୍କ ସ୍ମୃତିରେ ବିଧାୟକଙ୍କ ରକ୍ତ ଦାନ

ବ୍ରହ୍ମପୁର() ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡି ଉଦଘାଟନ ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନର ସମ୍ମୁଖରେ ରକ୍ତ ସଂଗ୍ରହ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନିଜେ ବିଧାୟକ ଏବଂ ତାଙ୍କ ଧର୍ମ ପତ୍ନୀ ଓ ୨ ଭଉଣୀଙ୍କ ସହ ବହୁ ସମର୍ଥକ ସାମାଜିକ ଦୂରତା ରକ୍ଷା କରି ରକ୍ତ ଦାନ କରିଥିଲେ ।

ଆଜିକୁ 19/20ବର୍ଷ ତଳର କଥା ମନେ ପଡେ।ସେତେବେଳେ ରକ୍ତର ଘୋର ଅଭାବ ରହିଥିଲା ।ରକ୍ତ ଦାନ ପାଇଁ ଲୋକଙ୍କ ଏତେ ସଚେତନ ନଥିଲା ।ନିଜ ଜନ୍ମଦାତା ମାତା କୁ ନିଜର ସନ୍ତାନ ରକ୍ତ ଦେବା ପାଇଁ ଭୟ କରୁଥିଲେ ନିଜର ପୁତ୍ରକୁ ନିଜେ ବାପା ରକ୍ତ ଦେବା ପାଇଁ ଭୟ କରୁଥିଲେ ।ସେତେବେଳେ ଏତେ ପରିମାଣରେ ରକ୍ତ ଦାନ ଶିବିର ମଧ୍ୟ ଆୟୋଜନ ହେଉନଥିଲା ।ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସେହିପରି ସମୟରେ ବର୍ତ୍ତମାନ ବିଧାୟକ ସେହି ସମୟର ଜଣାଶୁଣା ଯୁବ ସମାଜସେବୀ ବିକ୍ରମ କୁମାର ପଣ୍ଡା ଆମ୍ଭ ମାନଙ୍କୁ ଉତ୍ସାହିତ କରି ଏକ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଅନୁରୋଧ କରିଥିଲେ ।ତାଙ୍କରି ଆଜ୍ଞାରେ ଅନୁପ୍ରାଣିତ ହୋଇ ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେହି ସମୟରେ ରକ୍ତ ଦାନ ଶିବିର ଆୟୋଜନ କରିଥିଲୁ।ନିଜ ବିକ୍ରମ କୁମାର ପଣ୍ଡା ରକ୍ତ ଦାନ କରି ଆମ ମାନଙ୍କ ମନରୁ ଭୟ ଦୂର କରାଇ ସେହି ସମୟରେ 29 ୟୁନିଟ ରକ୍ତ ସଂଗୃହୀତ କରି ରକ୍ତ ଦାନ ନେଇ ଲୋକଙ୍କ ମନରେ ଥିବା ଭରାନ୍ତ ଧାରଣା ଦୂର କରିବା ସହ ଆଜି ପର୍ଯ୍ୟନ୍ତ ନିଜକୁ ସମାଜର ବିଭିନ୍ନ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ କରାଇ ଲୋକଙ୍କ ଅଭାବ ଅସୁବିଧାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଆଜି ପର୍ଯ୍ୟନ୍ତ ସେବା ଯୋଗାଇ ଆସୁଛନ୍ତି ।ଏହି ପରି ମହାନ୍ ବ୍ୟକ୍ତି ପାଇଁ ଆଜି ଆମେ ସମସ୍ତେ ଗର୍ବିତ ।

Share

Leave a Reply

Your email address will not be published. Required fields are marked *

17 − 14 =