ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରି ପଛରେ ରହିଛି ପ୍ରେମ ସମ୍ପର୍କ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ତଥ୍ୟ ସାମନାକୁ ଆସୁଛି । ଆଜି ଅଭିଯୁକ୍ତଙ୍କ ମା କହିଛନ୍ତି କି, ମୃତ ମହିଳା ପ୍ରିୟଦର୍ଶିନୀ ଓ ଜଗନ୍ନାଥ ପ୍ରଧାନ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ତେବେ ବିବାହ ପରେ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ମାତ୍ର ଗତବର୍ଷ ଲକଡାଉନ ସମୟରେ ବାପ ଘରକୁ ଯାଇଥିବା ବେଳେ ଉଭୟଙ୍କର ପ୍ରେମ ପୁଣିଥରେ ଗଢ଼ି ଉଠିଥିଲା । ତେବେ ପୂର୍ବରୁ ଜଗନ୍ନାଥ ତାଙ୍କ ମାଙ୍କୁ ଏସମ୍ପର୍କରେ କହିଥିବା ତାଙ୍କ ମା କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଗୁଡ଼ିଆ ଘର ଝିଅକୁ ମାରିବି । ତେବେ ଜଗନ୍ନାଥ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପ୍ରେମ ଥିବା ମଧ୍ୟ କହିଛନ୍ତି ଅଭିଯୁକ୍ତଙ୍କ ମା ।

Share

Leave a Reply

Your email address will not be published. Required fields are marked *

four + 14 =