ବଲାଙ୍ଗୀର ଗସ୍ତରେ ୫-ଟି ସଚିବ

ବଲାଙ୍ଗୀର: ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ୍ ବଲାଙ୍ଗୀର ଗସ୍ତ କରିଛି । ଗସ୍ତ ସମୟରେ 5T ସଚିବଙ୍କ ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ । ସେଥରୁ ବାହାରି ପ୍ରଥମେ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିବେ ।
ବଲାଙ୍ଗୀର ଠାରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ତରଳ ଅକ୍ସିଜେନ ପ୍ଲାଣ୍ଟସାଇଡ ବୁଲି କାର୍ଯ୍ୟ ତଦାରଖ କରିବା ସହ ପତିତପାବନ ହାଇସ୍କୁଲକୁ ଯିବା ସହ ବୁଲି ଦେଖିବାର ରହିଛି କାର୍ଯ୍ୟକ୍ରମ । ମେଡିକାଲ କଲେଜରେ ୫ଶହ ବେଡ ହସ୍ପିଟାଲର କାର୍ଯ୍ୟର ସମୀକ୍ଷା, ସେଠାରୁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ସାଇଡ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ତଦାରଖ କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।
ସେନେଇ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନିତିନ କୁସଲକରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗସ୍ତ ସୁଚି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଆୟୋଜନ ପାଇଁ ସମୀକ୍ଷା କରି ସମସ୍ଥ ପ୍ରସ୍ତୁତି ହୋଇଛିନ । 5T ସଚିବଙ୍କ ଗସ୍ତସୂଚୀ ଅନୁସାରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eleven − 1 =