ନ୍ୟାସନାଲ ଜିଓଗ୍ରାଫିକରେ ନବୀନ

ଭୁବନେଶ୍ୱର () ନମୋ ଆସିଥିଲେ ଡିସକଭରୀରେ ଆଉ ନବୀନ ଆସିବେ ନ୍ୟାସନାଲ ଜିଓଗ୍ରାଫିକରେ । ନ୍ୟାସନାଲ ଜିଓଗ୍ରାଫିକ ପକ୍ଷରୁ ଏନେଇ ବିଜ୍ଞାପନ ଦିଆଯାଉଛି । ଆସନ୍ତା ସେପ୍ଟେମ୍ବର 27 ତାରିଖରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ସ୍ୱତନ୍ତ୍ର ସୋ’ ପ୍ରସାରିତ ହେବ । ଯାହାର ଅଧିକାଂଶ ସୁଟିଂ ନବୀନ ନିବାସରେ ହୋଇଛି । ଏହା ସହ ଆଉ କିଛି ଭାଗ ରାଜ୍ୟର ବାତ୍ୟା ପ୍ରପୀଡିତ ଅଞ୍ଚଳରେ ହୋଇଛି । ଏହି ସୋ’ରେ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ରହିଛି । ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପୂରା ବିବରଣୀ ରଖିବେ । ୧୯୯୯ ଓ ୨୦୧୯ ଭିତରର ଦୁଇ ଦଶନ୍ଧିର ତୁଳନାତ୍ମକ ଚିତ୍ର ଦେଖିବାକୁ ମିଳିବ । ଖୁବଶୀଘ୍ର ନ୍ୟାସନାଲ ଜିଓଗ୍ରାଫିକ ପକ୍ଷରୁ ଏ ନେଇ ଟିଜର ଆସିବ ।
Share

Leave a Reply

Your email address will not be published. Required fields are marked *

nineteen − two =