୨୬ସୁଦ୍ଧା ମିଳିବ ‘କାଳିଆ ଯୋଜନା’ ଟଙ୍କା

ଆସନ୍ତା ୨୬ ତାରିଖ ସୁଦ୍ଧା ଯୋଗ୍ୟହିତାଧୀକାରୀଙ୍କୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ମିଳିବ । ପ୍ରଥମ ପର୍ୟ୍ୟାୟରେ ହିତାଧକାରୀଙ୍କ ଆକାଉଂଟକୁ ଯିବ ଟଙ୍କା । ଆଉ ଏଥିରେ ମୋଟ୍ ୧୨ ଲକ୍ଷ ୪୦ ହଜାର ହିତାଧୀକାରୀଙ୍କୁ ଟଙ୍କା ମିଳିବ । ତେବେ ବର୍ତ୍ତମାନ ଆବେଦନ କରିଥିବା ହିତାଧିକାରୀଙ୍କ ଯାଂଚ ଚାଲିଛି । ଯାଂଚ ଶେଷହେବା ପରେ ଦ୍ୱିତୀୟ ପର୍ୟ୍ୟାୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର । ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ଏହି କାଳିଆ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଚାଷୀଙ୍କୁ ସହାୟତା ପାଇଁ ‘କାଳିଆ’ ଯୋଜନା ଘୋଷଣା ପରେ ପଂଚାୟତ ଅଫିସରେ ଆବେଦନ ପାଇଁ ଲାଗୁଛି ଲମ୍ବା ଲାଇନ୍ ।

କାଳିଆ ଯୋଜାନାର ଆବେଦନ ତାରିଖ ୧୦ ତାରିଖ ପର୍ୟ୍ୟନ୍ତ ତାରିଖ ଧାର୍ୟ୍ୟ ହୋଇଥିଲା । ତେବେ ଫର୍ମ କମ୍ ହେଉଥିବାରୁ ବିଭିନ୍ନ ଅଂଚଳରୁ ଅଭିଯୋଗ ଆସିଥିଲା । ଟଙ୍କା ଦେଇ ଫର୍ମ ବିକ୍ରି କରୁଥିବାର ମଧ୍ୟ ଦେଖାଗଲା । ତେବେ ତୁରନ୍ତ ଫର୍ମ ଗୁଡ଼ିକର ଜେରକ୍ସ କରାଇ ଲୋକଙ୍କୁ ଯୋଗାଇ ଦେବାପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକଙ୍କ ସୁବିଧା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଆଉ ୫ ଦିନ ବୃଦ୍ଧି କରାଇଥିଲେ । ପ୍ରଥମ ପର୍ୟ୍ୟାୟ ଆବେଦନ ୧୫ ତାରିଖକୁ ଘୁଂଚିଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ମଧ୍ୟ ଆବେଦନ କରାଯାଇପାରିବ ବୋଲି ସ୍ପଷ୍ଟ କରିସାରିଛନ୍ତି ସରକାର ।

Share

Leave a Reply

Your email address will not be published. Required fields are marked *

nine + fifteen =