Health

ପିଜୁଳିଠୁ ବେଶି ଉପକାରୀ ଏହାର ପତ୍ର କାହିଁକି ଜାଣନ୍ତୁ …

ଆମେ ଜାଣିଛେ ଯେ ପିଜୁଳି ବହୁତ ସ୍ବାଦିଷ୍ଟ ଏବଂ ବହୁତ ପ୍ରକାର ଗୁଣରେ ଭରପୁର ହୋଇଥାଏ । କିନ୍ତୁ କଣ ଆପଣ ଜାଣନ୍ତି ପିଜୁଳି ସହିତ ଏହାର ପତ୍ର ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ। ପିଜୁଳି ପତ୍ରରେ ପୋଟାସିୟମ,ଜିଙ୍କ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ। ପିଜୁଳି ପତ୍ରରେ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଇପାରିବ। ପିଜୁଳି ପତ୍ର ଠାରୁ ଏହାର ପତ୍ର ଅଧିକ ଲାଭଦାୟକ ହୋଇଥାଏ।
– ମଧୁମେହ ରୋଗୀ ମାନଙ୍କ ପାଇଁ ଏହା ବହୁତ ଲାଭଦାୟକ।
– ପିଜୁଳି ପତ୍ରର ରସକୁ ପିଇବା କିମ୍ବା ପିଜୁଳିକୁ ଖାଇବା ଦ୍ବାରା ଭାଙ୍ଗ ଏବଂ ଅନେକ ପ୍ରକାର ନିଶା ବାହାରି ଯାଇଥାଏ।
ବହୁତ ମହିଳାଙ୍କର କେଶ ଦ୍ବିମୁହାଁ ହୋଇଯାଇଥାଏ ଯାହା ଦ୍ବାରା କେଶ ଆଗକୁ ବଢ଼ି ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିର ପତ୍ରକୁ ବ୍ୟବହାର କରିବା ଆପଣଙ୍କ ପାଇଁ ଫାଇଦାପୂର୍ଣ୍ଣ ହୋଇଥାଏ।
– ପିଜୁଳିର କଅଁଳିଆ ପତ୍ରକୁ ବାଟି ଗଣ୍ଠିରେ କଷ୍ଟ ହେଉଥିବା ସ୍ତାନରେ ଲେପନ କରିବା ଦ୍ବାରା ଲାଭ ହୋଇଥାଏ।
– ଓଜନ ହ୍ରାସ କରିବା ପାଇଁ ମଧ୍ୟ ପିଜୁଳି ପତ୍ରକୁ ବ୍ୟବହାର କରାଯାଇଥାଏ।
– ଏହା ଆଲାର୍ଜୀକୁ ମଧ୍ୟ ଦୂର କରିଥାଏ। ଏହା ସେହି ଭାଇରସକୁ କମ କରିଥାଏ ଯାହା ଦ୍ବାରା ଆଲାର୍ଜୀ ଜନ୍ମ ହୋଇଥାଏ।
– ଆପଣ ପ୍ରତିଦିନ ଏହାର ଦୁଇଟି ପତ୍ରକୁ ସକାଳୁ ଖାଲିପେଟରେ ସେବନ କରିବା ଉଚିତ।

Share

Leave a Reply

Your email address will not be published. Required fields are marked *

17 − nine =