ସୁନ୍ଦରତା ବୃଦ୍ଧି ପାଇଁ ଖାଆନ୍ତୁ ଏହି ଫଳ…

ସୁନ୍ଦର ଓ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପନିପରିବା ସହିତ ଫଳ ଅତି ଉପକାରୀ । ଯାହାକୁ ଖାଇବା ଦ୍ବାରା ଶରୀରରେ ପ୍ରାୟତଃ କୌଣସି ପ୍ରକାରର କୁପ୍ରଭାବ ପଡିନଥାଏ । ଶରୀର ପାଇଁ ଫଳ ନିହାତୀ ଦରକାରୀ । ଆପଣମାନେ ଫଳ ଭିତରେ ମୁଖ୍ୟତଃ ଶେଓ, କମଳା, ଆମ୍ବ, ଅଙ୍ଗୁର, ଡାଳିମ୍ବ, ଲିଚୁ, ତରଭୂଜ ଆଦି ଖାଉଥିବେ । କିନ୍ତୁ ଏମିତି ଏକ ଫଳ ଅଛି ଯାହାକୁ ଖାଇବା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହିତ ଆପଣଙ୍କ ତ୍ବଚାରେ ଏହା ବେଶ୍ ପ୍ରଭାବ ପକାଇଥାଏ । ଫଳଟିର ନାଁ ହେଉଛି ‘କିୱି’ ।
– ନିୟମିତ ଭାବେ କିୱି ଖାଆନ୍ତୁ ଏହା ଦ୍ୱାରା ସ୍କିନ୍ ଗ୍ଲୋ କରିବା ସହ ତ୍ବଚା ଉପରେ ବୟସର ପ୍ରଭାବ ପଡ଼ିବ ନାହିଁ।
– ପ୍ରତିଦିନ ଗୋଟିଏରୁ ଦୁଇଟି କିୱି ଖାଇବା ଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରୀୟା ଅଧିକ ସକ୍ରିୟ ହୋଇଥାଏ ଏବଂ ଏହା ଦ୍ୱାରା ଶରୀରରେ ଥିବା ଟକ୍ସିକ୍ ବାହାରି ଯାଇଥାଏ।
– ଆପଣ କେବଳ ଏହି ଫଳକୁ ଖାଇବା ପାଇଁ ନୁହେଁ ବରଂ ଏହାକୁ ଶରୀରରେ ମାଲିସ୍ ମଧ୍ୟ କରିପାରିବେ। କିୱିରେ ଥିବା ଭିଟାମିନ୍-ସି’ ସ୍କିନ୍ରେ କୋଲୋଜଲ୍ ହର୍ମୋନ୍ ସୃଷ୍ଟି କରେ, ଯାହା ସ୍କିନ୍କୁ ନରମ ଓ ସୁନ୍ଦର କରିଥାଏ।
କିୱିରେ ଥିବା ଭିଟାମିନ୍-ଇ’ ସ୍କିନ୍ରେ ସତେଜତାକୁ ବଢାଇବା ସହିତ ଏଥିରେ ଥିବା ଡାଇଟରୀ ଫାଇବର୍ ସ୍କିନ୍ରେ ଚମକ ଆଣିବାରେ ସହାୟକ ହୋଇଥାଏ।
– କିୱିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି , ଯାହା ଆପଣଙ୍କ ମୁହଁରେ ଥିବା ବ୍ରଣ ସମସ୍ୟାକୁ ଦୂର କରିବାରେ ବେଶ୍ ସାହାର୍ୟ୍ୟ କରିଥାଏ ।

Share

Leave a Reply

Your email address will not be published. Required fields are marked *

eleven − 4 =