ବାପାକୁ ମାରିଲା ନୃଂଶସ ପୁଅ

ବଲାଙ୍ଗୀର: ପୁଅଟିଏ ଜନ୍ମ ଦେବା ଲାଗି ବାପା ମା କେତେ ଓଷା ଉପବାସ କରିଥାନ୍ତି । ହେଲେ ନିଜ ଜନ୍ମକଲା ପୁଅ ଶେଷରେ ନେଇଛି ବାପାର ଜୀବନ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଳପଡା ଥାନା ଅନ୍ତର୍ଗତ ଘାଗୁର୍ଲି ଗାଁରେ ଅଘଟଣ ।ସୈତାନ ପୁଅର କୋଦାଳ ଚୋଟରେ ଜୀବନ ହାରିଲା ବାପା । ଅଭିଯୁକ୍ତ ପୁଅ ଗିରଫ ।

ସୂଚନାନୁସାରେ, ଘାଗୁର୍ଲି ଗାଁର ରୁହନ୍ତି ବୈକୁଣ୍ଠ ମାଝୀ । ପୁଅ ମହେଶ୍ୱରଙ୍କ ସହ ତାଙ୍କର ଅନେକ ସମୟରେ କଳି ଝଗଡା ଲାଗି ରୁହେ । ଗୁରୁବାର ଘରୋଇ କଲହକୁ ନେଇ ପୁଣି ବାପା ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଏତେ ଉଗ୍ର ହୋଇଯାଇଥିଲା ଯେ, ପୁଅ ମହେଶ୍ୱର ରାଗିଯାଇ ଏକ କୋଦଳରେ ବୈକୁଣ୍ଠଙ୍କୁ ଶକ୍ତ ଆଘାତ ଦେଇଥିଲା। ଏଥିରେ ସେ ତଳେ ପଡିଯାଇଥିଲେ ।

ଏତିକିରେ ମହେଶ୍ୱରଙ୍କ ରାଗ ଶାନ୍ତ ପଡି ନଥିଲା । ମହେଶ୍ୱର ବୈକୁଣ୍ଠଙ୍କ ବେକକୁ ଚିପି ଦେଇଥିଲେ । ଫଳରେ ବୈକୁଣ୍ଠଙ୍କ ମୃତ୍ୟ ହୋଇଥିଲା। ପରିବାରର ଅନ୍ୟ ସଦସ୍ୟ ବୈକୁଣ୍ଠଙ୍କୁ ବେଳପଡା ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମହେଶ୍ୱରଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

Share

Leave a Reply

Your email address will not be published. Required fields are marked *

four × 1 =