ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଥଣ୍ଡାର ପ୍ରଭାବ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ, ସବୁଠୁ ଥରାଇଲାଣି ଥଣ୍ଡା । ୬ ସହରରେ ଗତକାଲି ବି ୧୫ ଡିଗ୍ରୀ ତଳେ ରହିଛି ପାରଦ । ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ରହିଛି । ସେହିପରି ଫୁଲବାଣୀରେ ୧୩.୨ ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା । ଟିଟିଲାଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, କୋରାପୁଟ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି ।

ତାସହ ଭୁବନେଶ୍ୱର ଓ କଟକରେ ବି ପାରଦ ଖସୁଛି । ତେବେ ଆଗାମୀ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି । ଶୀତରେ ଅସ୍ତବ୍ୟସ୍ତ ହେଉଛନ୍ତି ଆଦିବାସୀ ଇଲାକାର ଲୋକେ । ସମଗ୍ର ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ କନ୍ଧମାଳ ଜିଲ୍ଲାରେ ଏବେ ଅସହ୍ୟ ଶୀତ ଅନୁଭୂତ ହେବାରେ ଲାଗିଛି ।

ବିଶେଷ କରି ଆଦିବାସୀ ଉପାନ୍ତ ଇଲାକାରେ ଶୀତର ପ୍ରକୋପ ଅଧିକ ରହିଛି । ଶୀତରୁ ରକ୍ଷା ପାଇବା ଲାଗି ଛୋଟରୁ ବଡ ସଭିଏଁ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳୁଛି । ଶୀତ ଯୋଗୁ ଲୋକେ କୌଣସି କାମଧନ୍ଧା କରି ପାରୁନାହାନ୍ତି। ଏମିତି କି ଗରିବ ଲୋକଙ୍କ ପାଖରେ ଆବଶ୍ୟକ ଶୀତ ପୋଷାକ ନଥିବା ଯୋଗୁ ଲୋକଙ୍କ ପାଇଁ ନିଆଁ ହିଁ ଏକ ମାତ୍ର ସାହା ଭରସା ପାଲଟିଛି ।

Share

Leave a Reply

Your email address will not be published. Required fields are marked *

eight − 5 =