କଂଗ୍ରେସର ବନ୍ଦ ଡାକରାକୁ ନେଇ ବିଜେଡିର ତିବ୍ର ସମାଲୋଚନା

 ବିଜେପି ଇଶାରାରେ ନାଚୁଛି କଂଗ୍ରେସ
 ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ କଂଗ୍ରେସ ଏବେ ବିଜେପିର ବି-ଟିମ୍‍
 ପ୍ରମାଣ ଥିଲେ କୋର୍ଟକୁ ଯିବାକୁ ପରାମର୍ଶ
 ବନ୍ଦ ଡାକରା ପ୍ରତ୍ୟାହାର ପାଇଁ ବିଜେଡିର ଆହ୍ୱାନ
ଭୁବନେଶ୍ୱର: ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ ଚାହୁଁଛନ୍ତି ଏବଂ କୋଭିଡ କାରଣରୁ ହରାଇଥିବା ଜୀବିକାର ପୁନରୁଦ୍ଧାର କରିବାକୁ •ହୁଁଛନ୍ତି । ଏଭଳି ସ୍ଥିତିରେ ବନ୍ଦ ଡାକରା ଯୋଗୁଁ ରୋଜଗାର ହରାଉଥିବା ଲୋକେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଏହି ଗୁରୁôତ୍ୱପୂର୍ଣ୍ଣ ସମୟରେ ଆସନ୍ତାକାଲି ଓଡିଶା କଂଗ୍ରେସ ଏକ ବନ୍ଦ ଡାକରା ଦେଇଛି ଯାହା ଦ୍ୱାରା ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି । ପରିବାର ଏକ ରୋଜଗାରିଆ ବଢିଲା ଝିଅକୁ ହରାଇଛି ଏବଂ ଏହି ଘଟଣାରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ଏହି ମାମଲାକୁ ରାଜନୀତିକରଣ ନକରିବାକୁ ପରିବାର ଲୋକେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏବଂ ତଦନ୍ତରେ ସେମାନେ ସନ୍ତୁଷ୍ଟ ଅଛନ୍ତି । ତଥାପି କଂଗ୍ରେସ ଏହି ମାମଲାରେ ହୀନ ରାଜନୀତି କରିବାକୁ ଓଡିଶା ବିଜେପି ସହ ହାତ ମିଳାଇଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ଯଦି ଓଡିଶା କଂଗ୍ରେସ ନିକଟରେ କୌଣସି ପ୍ରମାଣ ଅଛି, ସେମାନେ କୋର୍ଟ ଯାଇ ନ୍ୟାୟ ଲୋଡିପାରିବେ, କିନ୍ତୁ ଏହା ବଦଳରେ ବନ୍ଦ ଡାକରା ଦେବା ଅତ୍ୟନ୍ତ ନିଷ୍ଠୁର ଆଚରଣ ।
ଏଥିରୁ ସ୍ପଷ୍ଟ ହୋଇଛି ଯେ ଓଡିଶା କଂଗ୍ରେସ ବର୍ତ୍ତମାନ ଓଡିଶା ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଛି । ଏହାର ଦୁର୍ବଳ ଆର୍ଥିକ ସ୍ଥିତି ହେତୁ ଓଡିଶା କଂଗ୍ରେସର କାର୍ଯ୍ୟକଳାପ ଓଡିଶା ବିଜେପିରୁ ଆର୍ଥିକ ସହାୟତା ପାଉଥିବା ଭଳି ଜଣାପଡୁଛି । ଯେକୌଣସି ପୃଷ୍ଠପୋଷକତା ବିନା ସର୍ତ୍ତରେ ଯେ ନୁହେଁ ତାହା ଆମେ ସମସ୍ତେ ଜାଣିଛେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା କଂଗ୍ରେସ ଓଡ଼ିଶା ବିଜେପିର ଇସାରାରେ ନାଚୁଛି । ଓଡ଼ିଶା କଂଗ୍ରେସ ଆଉ ଲୋକଙ୍କ ପ୍ରସଙ୍ଗ ଯେପରିକି ମୂଲ୍ୟ ବୃଦ୍ଧି, ବେକାରୀ, କୃଷକ ଆନ୍ଦୋଳନ ଇତ୍ୟାଦି ଉଠାଇବାକୁ ଚାହୁଁନାହିଁ । ଓଡିଶା ବିଜେପି ଯାହା କରିବାକୁ କହୁଛି ତାହା ଏମାନେ କରୁଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ପୀଡିତାଙ୍କ ପାଇଁ ନ୍ୟାୟ ନୁହେଁ ବରଂ ସେମାନଙ୍କ ଦଳ ପ୍ରାସଙ୍ଗିକ ରହିବା ସହିତ ଓଡିଶା ବିଜେପିର ଭଲ ନଜରରେ ରହିବ ଯାହା ଦ୍ୱାରା ଏହା ଓଡିଶା କଂଗ୍ରେସକୁ ସହାୟତା ମିଳିପାରିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଓଡିଶା ବିଜେପିର ଏକ ବି-ଟିମ୍ ଭାବରେ ନ ରୁହନ୍ତୁ ଏବଂ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହାର କରନ୍ତୁ । ଓଡ଼ିଶାର ଲୋକମାନେ ବନ୍ଦ ଚାହାନ୍ତି ନାହିଁ । ସେମାନେ କାମକୁ ଯାଇ ନିଜର ରୋଜଗାର କରିବାକୁ ଚାହୁଁଛନ୍ତି । ଓଡ଼ିଶା କଂଗ୍ରେସ ଓଡ଼ିଶାର ଲୋକଙ୍କୁ ରୋଜଗାର କରିବାର ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ । ରୋଜଗାର ହରାଇବା ଦ୍ୱାରା ଓଡିଶାବାସୀଙ୍କ ଜୀବନ ଦୁର୍ବିସହ ହେବ ଯେଉଁଥିପାଇଁ ରାଜ୍ୟବାସୀ କଦାପି ଓଡିଶା କଂଗ୍ରେସକୁ କ୍ଷମା କରିବେ ନାହିଁ ଏବଂ ବନ୍ଦର ପ୍ରାୟୋଜକ ସାଜିଥିବା କଂଗ୍ରେସର ଏ-ଟିମ୍‍ ଓଡିଶା ବିଜେପିକୁ ଲୋକେ ଠିକଣା ସମୟରେ ଉଚିତ୍‍ ଜବାବ ଦେବେ । ଓଡ଼ିଶାର ଲୋକମାନେ ଉଭୟ ଓଡ଼ିଶା କଂଗ୍ରେସ ଓ ଓଡିଶା ବିଜେପିର କଳୁଷିତ ରାଜନୀତିକୁ ଦେଖିଛନ୍ତି । ତଥାପି ଓଡ଼ିଶା କଂଗ୍ରେସ ଏଥିରୁ କିଛି ଶିଖିଲା ନାହିଁ, ଯେଉଁଥିପାଇଁ ଓଡିଶା ରାଜନୀତିରେ ନିଜର ପ୍ରାସଙ୍ଗିକତା ହରାଇଛି । ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଯଦି ଆପଣଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ଆପଣ କୋର୍ଟକୁ ଯାଆନ୍ତୁ । ଆମେ ଜାଣୁ ଆପଣ କୋର୍ଟକୁ ଯିବେ ନାହିଁ କାରଣ ଆପଣଙ୍କ ନିକଟରେ କୌଣସି ପ୍ରମାଣ ନାହିଁ, କିନ୍ତୁ ଆପଣ ଏହି ହୀନ ରାଜନୀତିରେ ଲିପ୍ତ ରହିବେ । ବିଗତ ଦେଢ ବର୍ଷଧରି କୋଭିଡ ମହାମାରୀ ଯୋଗୁଁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ସାଧାରଣ ଲୋକଙ୍କ ପାଇଁ କିଛି ସହାନୁଭୂତି ଦେଖାନ୍ତୁ, ନଚେତ ଓଡିଶାବାସୀ ଆପଣଙ୍କୁ ଭୁଲିବେ ନାହିଁ କି କ୍ଷମା ବି କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 4 =