କଂଗ୍ରେସର ବନ୍ଦ ଡାକରାକୁ ନେଇ ଏଭଳି ରାୟ ଶୁଣାଇଲେ ହାଇକୋର୍ଟ

କଟକ: ଓଡ଼ିଶା ବନ୍ଦ ପାଳନକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହାର ବିଚାର କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ବନ୍ଦ ବେଳେ ଦୋକାନ ବଜାର ବନ୍ଦ କରିବା ପାଇଁ କେହି ବାଧ୍ୟ କରିପାରିବେନି । ଅଖଚକ ବନ୍ଦ ପାଳନ ସମ୍ପୂର୍ଣ୍ଣ ବେଆଇନ । ସାଧାରଣ ଜନଜୀବନ ପ୍ରଭାବିତ କଲା ଭଳି କାମ ହେବା ଉଚିତ ନୁହେଁ । ଆଇନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାଘାଟରେ ଗାଡି ଅଟକାଇପାରିବେନି । ସେହିପରି ଟ୍ରେନ, ବସ ଚଳାଚଳକୁ ମଧ୍ୟ ରୋକାଯିବ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ନଭେମ୍ବର ୧୨ରେ କଂଗ୍ରେସ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ବନ୍ଦ ବେଳେ ଅତ୍ୟାବଶ୍ୟକୀୟ ସେବା ଗୁଡ଼ିକରେ ବାଧା ଦିଆଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଶାନ୍ତିପୁର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ କହିଛି । କୌଣସି ପ୍ରକାର ହିଂସାକାଣ୍ଡ କରାଯିବ ନାହିଁ ବୋଲି କହିଛି କଂଗ୍ରେସ ।

ହାଇକୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟପ୍ରକାଶ ନାୟକ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ଆମେ ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଛୁ । ଜୋରଜବରଦସ୍ତ ଓଡ଼ିଶା ବନ୍ଦ କଥା ଆମେ କେବେ ବି କହିନାହୁଁ । ହାଇକୋର୍ଟକୁ ମଧ୍ୟ ଏହା ଜଣାଇ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

2 + 20 =