ସାବରୀମାଳା ମନ୍ଦିରକୁ ମହିଳା ପ୍ରବେଶ କରିପାରିବେ

ନୂଆଦିଲ୍ଲୀ– କେରଳର ସାବରୀମାଳା ମନ୍ଦିରରେ ମହିଳା ମାନଙ୍କ ପ୍ରବେଶକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି । ସାବରୀମାଳା ମନ୍ଦିରକୁ ମହିଳା ମାନେ ପ୍ରବେଶ କରିପାରିବେ ନାହିଁ ବୋଲି ଥିବା କଟକଣାକୁ ସୁପ୍ରିମକୋର୍ଟ ଉଠାଇଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯେକୌଣସି ସମୟରେ ମହିଳା ମନ୍ଦିରକୁ ଯାଇଁ ପୂଜାଅର୍ଚ୍ଚନା କରିପାରିବେ । ସେମାନଙ୍କୁ ସେଥିରୁ ବଂଚିତ କଲେ ତାହା ସେମାନଙ୍କର ମୌଳିକ ଅଧିକାର କ୍ଷୁର୍ଣୃୁହେଲା ବୋଲି ଧରାଯିବ ତେଣୁ ମନ୍ଦିରରେ ପୂଜାଅର୍ଚ୍ଚନାରୁ ମହିଳାଙ୍କୁ ବଂଚିତ କରାଯାଇପାରିବ ନାହିଁ ।

Share

Leave a Reply

Your email address will not be published. Required fields are marked *

nine − six =