ତାମିଲନାଡ଼ୁରେ କମୁନି ବର୍ଷା ତାଣ୍ଡବ, ୧୪ ଜୀବନ ଗଲାଣି

ଚେନ୍ନାଇ: ବାଦଳ ଫଟା ବର୍ଷାରେ ବେହାଲ ତାମିଲନାଡ଼ୁ । ଯୁଆଡ଼େ ଚାହିଁବ ଖାଲି ପାଣି ପାଣି । ପବନ ସାଙ୍ଗକୁ ବର୍ଷାର ପ୍ରକୋପରେ କବଳିତ ତାମିଲନାଡ଼ୁରେ ଯାଉଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ । ସଦ୍ୟ ସୂଚନା ମୁତାବକ ଏଯାବତ ୧୪ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ସେପଟେ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଏହା ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୧୪୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ଅତିକ୍ରମ କରିବ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ଏବଂ ବର୍ଷା ଆରମ୍ଭ ହୋଇଯାଇଛି । ଚେନ୍ନାଇ କୋଡାମ୍ବକମ୍ ଅଂଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଗଛ ଭାଙ୍ଗି ଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − six =