ଜୁନିୟର ବିଶ୍ୱକପ ଭାରତୀୟ ହକି ଦଳରେ ୩ ଓଡ଼ିଆ

ଭୁବନେଶ୍ୱର : ରାଜଧାନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜୁନିୟର ହକି ବିଶ୍ୱକପ । ନଭେମ୍ବର ୨୪ ରେ ବାଜିବ ବିଶ୍ୱକପ ବିଗୁଲ । ଏଥିପାଇଁ ଏଫଆଇଏଚ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା ହୋଇଛି ।

ଘୋଷଣା କରାଯାଇଥିବା ୧୮ ଜଣିଆ ହକି ଦଳରେ ୩ ଜଣ ଓଡିଆ ସାମିଲ ଅଛନ୍ତି । ସେମାନେ ହେଲେ ଅଭିଶେକ ଲାକ୍ରା, ସୁଦୀପ ଚିର୍ମାକୋ, ସୁନୀଲ ଜୋଜୋ । ସେହିପରି ଏହି ଦଳ ମଧ୍ୟରେ ବିବେକ ସାଗର ପ୍ରସାଦ ଅଧିନାୟକ ଡିଫେଣ୍ଡର ସଞ୍ଜୟ ଉପଅଧିନାୟକ ଦାୟିତ୍ୱ ତୁଲାଇବେ ।

ନଭେମ୍ବର ୨୪ ରେ ପ୍ରଥମ ମ୍ୟାଚରେ ଫ୍ରାନ୍ସ ସହ ମୁକାବିଲା କରିବ ଭାରତ । ଜୁନିୟର ହକି ବିଶ୍ୱକପରେ ମୋଟ ୧୬ ଟି ଟିମ୍ ଅଂଶ ଗ୍ରହଣ କରିବେ ।

Share

Leave a Reply

Your email address will not be published. Required fields are marked *

2 − 1 =