ରାଜଧାନୀରୁ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୧ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୬ଜଣଙ୍କ ମଧ୍ୟରେ  ହସ୍ପିଟାଲରୁ ୩୨ ଓ ୨୫ବର୍ଷୀୟ ଦୁଇ ମହିଳା, ଚନ୍ଦ୍ରଶେଖରପୁରରୁ ୨୭ବର୍ଷୀୟ ଯୁବକ ଓ ୫୦ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୩୯ବର୍ଷୀୟ ପୁରୁଷ, କଳିଙ୍ଗ ବିହାରରୁ ୬୫ବର୍ଷୀୟ ଓ ୨୮ବର୍ଷୀୟ ଦୁଇ ମହିଳା, ଭରତପୁରରୁ ଜଣେ ୨୧ବର୍ଷୀୟ ଯୁବତୀ, ଖାରବେଳ ନଗରରୁ ଜଣେ ୨୮ବର୍ଷୀୟ ଯୁବତୀ, ଶାସ୍ତ୍ରି ନଗରରୁ ଜଣେ ୫୭ବର୍ଷୀୟ ବୃଦ୍ଧ, ୟୁନିଟ-୬ରୁ ୨୧ ଓ ୨୦ ବର୍ଷୀୟ ଦୁଇ ଯୁବକ, ଶାସ୍ତ୍ରୀ ନଗରରୁ ଜଣେ ୩୪ବର୍ଷୀୟ ମହିଳା, ଝାରପଡ଼ାରୁ ୨୭ବର୍ଷୀୟ ଯୁବକ, ନୟାପଲ୍ଲୀରୁ ୨୮ବର୍ଷୀୟ ଯୁବତୀ ଓ ଜେଇ ୨୯ବର୍ଷୀୟ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରୁ ୭୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୩୬୧ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

five × 2 =