ସର୍ଟ ସର୍କିଟ ଯୋଗୁ ଘରେ ଲାଗିଲା ନିଆଁ

ସର୍ଟ ସର୍କିଟ ଯୋଗୁ ଘରେ ଲାଗିଲା ନିଆଁ । ଶୋଇଥିବା ସମୟରେ ଘରେ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସ୍ବାମୀ, ସ୍ତ୍ରୀ ସହ ୩ଜଣ ନିରୀହ ଶିଶୁ ଆଖି ବୁଜିଛନ୍ତି । ଉତ୍ତରପ୍ରଦେଶର କାନପୁର ଦେହତରେ ଏପରି ଛାତିଥରା ଘଟଣା ଘଟିଛି । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଏପରି ଅଗ୍ନିକାଣ୍ଡ ଘଟିଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ପୋଲିସ ଅଧୀକ୍ଷକ ବିବିଜିଟିଏସ୍ ମୁର୍ତ୍ତୀ କହିଛନ୍ତି,” ଶନିବାର ବିଳମ୍ବିତ ରାତିରେ ରୁରା ଥାନା ଅନ୍ତର୍ଗତ ହରାମଇ ବଞ୍ଜାରା ଡେରାରେ ଏକ ଝୁମ୍ପୁଡି ଘରେ ନିଆଁ ଲାଗିଯାଇଥିଲା । ଫଳରେ ନିଆଁ ଆଁରେ ଜଳି ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିଲେ ।

ଖବରମୁତାବକ, ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇଲା ବେଳକୁ ସବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା । ସ୍ଥାନୀୟ ଏସପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହାସହ ବିଳମ୍ବିତ ରାତିରେ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ସନ୍ଧାନୀ କୁକୁର ଏବଂ ଫରେନସିକ ଟିମ ପହଞ୍ଚି ତଦନ୍ତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

15 + 8 =