ସମ୍ବଲପୁର ଯୁଯୁମରାରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ୍ ଜବତ

ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସମ୍ବଲପୁର ଯୁଯୁମରା ନିକଟରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ୨ ଜଣ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। କିଛି ଦିନ ତଳେ ବରଗଡ଼ ଜିଲ୍ଲା ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ଲିଙ୍କ୍‌ ବିହାର, ଛତିଶଗଡ଼ ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିଲା। ସମ୍ବଲପୁରରୁ ମିଳିଥିବା ଜାଲ ନୋଟର ଲିଙ୍କ୍ ବରଗଡ଼ ସହ ଅଛି କି ନାହିଁ, କ୍ରାଇବବ୍ରାଞ୍ଚ ଖୋଳତାଡ଼ କରୁଛି।

Share

Leave a Reply

Your email address will not be published. Required fields are marked *

9 + eighteen =