ତୁଟିଲା ବିବାଦ: ଏଥର ୧୦ଦିନ

ଐତିହାସିକ ବାଲିଯାତ୍ରା ଷ୍ଟଲ ଆବଣ୍ଟନ ବିବାଦ ତୁଟିଲା । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ । ଆସନ୍ତା ୨୩ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଦୋଳି ଓ ପ୍ଲଟ ଆବଣ୍ଟନ ନେଇ ବିବାଦ ତେଜିଥିଲା । ମୁହାଁମୁହିଁ ହୋଇଥିଲେ ପ୍ରଶାସନ ଓ ବ୍ୟବସାୟୀ ସଂଘ । ଜଣେ ବ୍ୟକ୍ତିଙ୍କୁ କେବଳ ଗୋଟିଏ ପ୍ଲଟ ଆବଣ୍ଟନ, ପ୍ଲଟର ମୂଲ୍ୟ ବୃଦ୍ଧି ଓ ଦୋଳିରେ ଟେଣ୍ଡରିକରଣ ଆଦିକୁ ବାଲିଯାତ୍ରା ବ୍ୟବସାୟୀ ସଂଘ ବିରୋଧ କରିଥିଲା । ସେଥିପାଇଁ ବାଲିଯାତ୍ରା ଉତ୍ସବକୁ ବର୍ଜନ କରିବାକୁ ସଂଘ ନିଷ୍ପତ୍ତି ନେଇଥିଲା । ପ୍ରଶାସନ ସହ ପୁଣି ଥରେ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ବ୍ୟବସାୟୀ ସଂଘ ସଂପାଦକ କହିଛନ୍ତି । ଚଳିତ ବର୍ଷରୁ ୭ଦିନ ବଦଳରେ ୧୦ଦିନ ହେବ କଟକ ବାଲିଯାତ୍ରା ।

Share

Leave a Reply

Your email address will not be published. Required fields are marked *

twelve − five =