ରାଜଧାନୀରେ ହେବ ନୀରବଚ୍ଛିନ୍ନ ଜଳଯୋଗାଣ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

ରାଜଧାନୀରେ ପୂରଣ ହୋଇଛି ଜଳ ବିଶୋଧନାଗାରର କ୍ଷମତା । ପାନୀୟ ଜଳର ଚାହିଦା ମେଣ୍ଟାଇବା ପାଇଁ ଜଳ ବିଶୋଧନାଗାରର କ୍ଷମତା ବୃଦ୍ଧି ହେବା ନିହାତି ଆବଶ୍ୟକ । ଏହାକୁ ଉପଲବ୍ଧି କରିବା ପରେ ଭୁବନେଶ୍ୱରକୁ ନୀରବଚ୍ଛନ୍ନ ଜଳଯୋଗାଣ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ୨୮୬ କୋଟି ଟଭ୍‌କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହାନଦୀ ଉପରେ ଥିବା ମୁଣ୍ଡଳୀଠାରେ ୧୩୦ ଏମଏଲଡି କ୍ଷମତାସମ୍ପନ୍ନ ଏକ ଇଣ୍ଟେକ ୱେଲ ନିର୍ମାଣ କରାଯିବ । ଏହାସହିତ ଶିଖରଚଣ୍ଡୀଠାରେ ନିର୍ମାଣ ହେବ ମାଷ୍ଟର ବାଲାନ୍ସିଂଙ୍ଗ ରିଜରଭଏର । ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପ ସହାୟତାରେ ନୂତନ ଭାବରେ ପରିବର୍ଦ୍ଧିତ ହେଉଥିବା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ନିଳାଦ୍ରି ବିହାର, ପ୍ରଶାନ୍ତି ବିହାର, ପଟିଆ, ନନ୍ଦନ ବିହାର, ଡମଣା ଏବଂ ଶ୍ରୀ ବିହାର ଭଳି ଅଞ୍ଚଳ ଜଳଯୋଗାଣ ବ୍ୟବସ୍ଥା ଆହୁରି ସୁଗମ ହୋଇପାରିବ ।

ଏହି କାର୍ଯ୍ୟକୁ ଆସନ୍ତା ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆରମ୍ଭ କରାଯାଇ ୩୧ ମାଚ୍ଚ ୨୦୨୫ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୩୮ ମସିହା ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ପରିବାରକୁ ୨୪ଞ୍ଚ୭ ଘଣ୍ଟା ତ୍ରିଂକ ଫ୍ରମ ଟ୍ୟାପ ମାନର ଜଳଯୋଗାଣରେ ସାହାଯ୍ୟ କରିବ ।

Share

Leave a Reply

Your email address will not be published. Required fields are marked *

5 + sixteen =