କଂଗ୍ରେସରେ ସାମିଲ ହେଲେ ଶୁଭଶ୍ରୀ ପଣ୍ଡା ଓ ମନୋଜା ମଞ୍ଜରୀ ଦେବୀ

ଭୁବନେଶ୍ୱର: ଗତକାଲି କଂଗ୍ରେସରେ ସାମିଲ ହୋଇଛନ୍ତି ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା । ଶୁଭଶ୍ରୀ ଓରଫ ମିଲି ୨୦୧୪ ସାଧାରଣ ନିର୍ବାଚନରେ ରଣପୁର ନିର୍ବାଚନମଣ୍ଡଳୀରୁ ‘ଆମ ଓଡ଼ିଶା’ ଦଳର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ‘ଆମ ଓଡ଼ିଶା’ ବିଜୁ ଜନତା ଦଳରେ ବିଲିନ ହେବା ପରେ ମିଲି କଂଗ୍ରେସରେ ସାମିଲ ହୋଇଛନ୍ତି। ଏଥିସହ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।ମାଷ୍ଟର୍‌ କ୍ୟାଣ୍ଟିନ ଛକରୁ ଏକ ବିଶାଳ ରାଲିରେ ନିଜ ସମର୍ଥକଙ୍କ ସହ ଶୁଭଶ୍ରୀ ଏବଂ ମନୋଜା କଂଗ୍ରେସ ଭବନ ଆସି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

14 − 7 =