୫ ହଜାର ଟଙ୍କାର ଖାଦ୍ୟ ଖାଇଲେ, ୧ ଲକ୍ଷ ୪୦ ହଜାର ଟିପ୍ସ ଦେଲେ

ମୁମ୍ବାଇ()  ହଲିଉଡର ଜଣାଶୁଣା ଗାୟକ ଏବଂ ଅଭିନେତା ଡୋନୀ ୱେଲବର୍ଗ କିଛି ଏଭଳି ଢଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ତାଙ୍କର ଏଭଳି ପରୋପକାରିତା ପାଇଁ ପ୍ରଶଂସାର ସୁଅ ଛୁଟିଛି।

ନୂଆ ବର୍ଷରେ ସେ ଜଣେ ୱେଟ୍ରେସ୍ଙ୍କ ଜୀବନ ବଦଳାଇ ଦେଇଛନ୍ତି। ସେ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ ଓ ସେଠି ୭୮ ଡଲାର୍ର ଖାଦ୍ୟ ଖାଇଥିଲେ, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୫ ହଜାର ୬୦୦ଟଙ୍କା ହେବ। ହେଲେ ଏହି ବିଲ୍ ଉପରେ ସେ ତାଙ୍କୁ ଖାଦ୍ୟ ପରଷୁଥିବା ୱେଟ୍ରେସ୍ଙ୍କୁ ୨୦୨୦ ଡଲାର୍ ଅର୍ଥାତ୍ ୧ଲକ୍ଷ ୪୪ ହଜାର ଟଙ୍କା ଟିପ୍ ଦେଇଥିଲେ। ସେ ବିଲ୍ରେ ଲେଖିଥିଲେ, ‘ଧନ୍ୟବାଦ ବେଥ୍ନି, ହାପି ନ୍ୟୁଇୟର୍। ୨୦୨୦ ଟିପ୍ ଚ୍ୟାଲେଞ୍ଜ।’

ଡୋନିଙ୍କ ପତ୍ନୀ ଜେନି ୱାହଲବର୍ଗ ଏହି ବିଲ୍ର ଫଟୋଟିକୁ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି, ଯାହା ଏବେ ଭାଇଲାଲ୍ ହୋଇଯାଇଛି। ସୂଚନା ଅନୁଯାୟୀ, ଡୋନି ଏହି ବିଲ୍ଟିକୁ ୱେଟ୍ରେସ୍ ଡ୍ୟାନିଏଲ୍ ଫ୍ରେଜୋନିଙ୍କୁ ଦେଇଥିଲେ ଓ ସେ ସେଠାରୁ ଯିବା ପରେ ହିଁ ବିଲ୍ଟିକୁ ଖୋଲିବାକୁ କହିଥିଲେ। ଡୋନି ସେଠାରୁ ଯିବା ପରେ ୱେଟ୍ରେସ୍ ବିଲ୍ଟିକୁ ଖୋଲିଥିଲେ ଓ ବିଲ୍ରେ ଲେଖାଥିବା ଟିପ୍ର ପରିମାଣ ଦେଖି ଚେତାଶୂନ୍ୟ ହୋଇଯାଇଥିଲେ।

Share

Leave a Reply

Your email address will not be published. Required fields are marked *

eleven − 5 =