ବେଆଇନ ପାର୍କିଂକୁ ହଟାଇବାକୁ ଗୃହ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର ଓ କଟକ ସହର ରାଜରାସ୍ଥାରେ କରିହେବ ନାହିଁ ପାର୍କିଂ । ବେଆଇନ ଗାଡ଼ି ପାର୍କିଂ କଲେ ଏଥର ନିଆଯିବ କଡ଼ା କର୍ଯ୍ୟାନୁଷ୍ଠାନ । ଏନଏଚ ଉପରେ ଗାଡ଼ି ଯିବା ଆସିବାରେ ଅସୁବିଧା ପରିଲକ୍ଷିତ ହେବାରୁ ଏକ ବଡ଼ ନିଷ୍ପତ୍ତି ନେଇଛି ଗୃହ ବିଭାଗ । ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏନଏଚ-୧୬ ସହିତ ବେଆଇନ ପାର୍କିଂ କରାଯାଉଥିବା ଯାନ ବାହାନକୁ ଶୀଘ୍ର ହଟାଇବା ଯୋଗାଯୋଗ ଓ ପରିବହନ ବିଭାଗ କୁହାଯାଇଛି । ଭୁବନେଶ୍ୱର ଓ କଟକ ମ୍ୟୁନିସିପାଲିଟି କର୍ପୋରେସନ ଅଧିନରେ ଥିବା ରୋଡ଼ ଉପରେ ବେଆଇନ ପାର୍କିଂ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗର ସଚିବ ଜି ମାଥିଭଥାନନଙ୍କ ଏ ସମ୍ଭନ୍ଧରେ ଏକ ଚିଠି ଦେଇଛନ୍ତି ।

ଏ ସମ୍ବନ୍ଧରେ ପରିବହନ ବିଭାଗ ସଚିବ ଉଷା ପାଢ଼ୀଙ୍କ ସୂଚନା ଅନୁଯାୟୀ, ପରିବାହ ବିକାଶ ବିଭାଭ ଭୁବନେଶ୍ୱର ଓ କଟକ ମ୍ୟୁନିସିପାଲିଟି କର୍ପୋରେସନ ମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଦେବା ଏବଂ ରାଜପଥରେ ଥିବା ଯାନବାହାନ ଓ ଏନକାଉଣ୍ଟରଗୁଡ଼ିକୁ ହଟାଇବା ପାଇଁ ପଦକ୍ଷେପ ନିଆଯିବ । ଭୁବନେଶ୍ୱର ଓ କଟକ ରାସ୍ତା ମଧ୍ୟରେ ଅନେକ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଗୃହ ନିର୍ମାଣ ପ୍ରକଳ୍ପ ରହିଛି । ଯେଉଁଥିପାଇଁ ଏହି ରାସ୍ତାଟି ଓଡ଼ିଶାର ସବୁଠାରୁ ବ୍ୟସ୍ତବହୁଳ ରାସ୍ତା ଭାବରେ ପରିଗଣିତ ହୋଇଛି । ଏଥିମଧ୍ୟରେ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ସାଧାରଣ ଲୋକଙ୍କର ଯିବା ଆସିବା ପାଇଁ ବହୁ ଅସୁବିଧା ପରିଲକ୍ଷିତ ହେଉଛି । 

Share

Leave a Reply

Your email address will not be published. Required fields are marked *

thirteen + 8 =