ପ୍ରତି ମାସ 7 ତାରିଖରେ ମନ୍ତ୍ରୀମାନେ ଦେବେ ରିପୋର୍ଟ

ଭୁବନେଶ୍ବର () ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ପୂର୍ବ ଅପେକ୍ଷା ଅଧିକ କ୍ରିୟାଶିଳ ଓ ସକ୍ରିୟ କରିଛନ୍ତି । ନିର୍ବାଚନ ସମୟରେ ଦଳୀୟ ଇସ୍ତାହାରର କାର୍ଯ୍ୟକାରିତାକୁ କେବଳ ବର୍ଷକୁ ଥରେ ସମୀକ୍ଷା ହେବନି ।

ପ୍ରତି ମାସରେ ହେବ ସମୀକ୍ଷା । ପ୍ରତି ମାସ 7 ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରିବା ଦିଗରେ କଣ ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ତାଙ୍କୁ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଜୁଲାଇ 7 ତାରିଖ ମଧ୍ୟରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ପ୍ରଥମ ରିପୋର୍ଟ ପ୍ରଦାନ କରିବେ ।

ମେ 29 ତାରିଖରେ ନୂଆ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳର ବୈଠକ ବସି ନିର୍ବାଚନ ସମୟରେ ଲୋକଙ୍କୁ ଦିଆାଇଥିବା ପ୍ରତିଶୃତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବ ଗୁଡିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥିଲେ । ସେତେବେଳେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ଉଦବୋଧନ ଦେଇ ମୁକ୍ୟମନ୍ତ୍ରୀ କହିଥିଲେ ଯେ, “ଆଜିଠାରୁ ଠିକ 365 ଦିନ ପରେ ଅର୍ଥାତ 2020 ମେ 29 ତାରିଖରେ ଆମେ ଲୋକହ୍କୁ ଦେଇଥିବା ଆମର ପ୍ରତିଶ୍ରୁତି ଓ ଏହାର ପୂପାୟନ ସଂପର୍କରେ ଜଣାଇବୁ । ମୁଁ ଚାହେଁ ଆମ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏହି ପ୍ରତିଶ୍ରୁତିଗୁଡିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ” ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶାସନର ତିନୋଟି ମନ୍ତ୍ର – ଟିମ ୱାର୍କ, ଟ୍ରାନ୍ସଫରେନ୍ସ ଓ ଟେକ୍ନୋଲୋଜି ସହିତ ପରିବର୍ତ୍ତନ ପାଇଁ ପଂଚମ ପରିମାକ ଭାବେ ସମୟକୁ ଅନ୍ତର୍ଭୁକ୍ତ କରିଥିଲେ  । ଏକ ଗତିଶୀଳ ପ୍ରଶାସନିକ ମଡେଲ ଉପରେ ଗୁରୁତ୍ବାରୋପକ କରିଥିଲେ । ଗରିବୀ ଦୂର କରିବା, ମହିଳାମାନଙ୍କର ବିକାଶ ଏବଂ ଅଭିବୃଦ୍ଧିରେ ସମାନ ଭାଗିଦାରୀ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଏବଂ ଯୁବକମାନଙ୍କ ସ୍ବପ୍ନର ସଫଳ ରୂପାୟନ ଜରିଆରେ ଏକ ସଶକ୍ତ ଓଡିଶା ଗଠନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ଏହିସବୁ ଦିନ ଉପରେ ଧ୍ୟାନ ଦେଇ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ପ୍ରାଥମିକତା କ୍ଷେତ୍ର ଉପରେ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − 3 =